ବରୀ: ବରୀରେ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ତେବେ ଏହି ଘାଇକୁ ନେଇ ଏବେ ରାଜନୀତି ଜୋର୍ ଧରିଛି । ସୃଷ୍ଟି ହୋଇଥିବା ଘାଇଗୁଡିକ ମନୁଷ୍ୟକୃତି ବୋଲି ଅଭିଯୋଗ ଆଣିଛନ୍ତି ପୂର୍ବତନ ବରୀ ବିଧାୟକ ଦେବାଶିଷ ନାୟକ ।
ପୂର୍ବତନ ବିଧାୟକ ଦେବାଶିଷ ନାୟକ ବୁଧବାର ବରୀରେ ପହଂଚିଥିଲେ । ସେଠାରେ ପହଂଚି ନଦୀବନ୍ଧ ଗୁଡିକରେ ସୃଷ୍ଟି ହୋଇଥିବା ଘାଇଗୁଡିକର ଅନୁଧ୍ୟାନ କରିଥିଲେ । ଖରସ୍ରୋତ ଓ ବ୍ରାହ୍ମଣୀ ନଦୀରେ ସୃଷ୍ଟି ହୋଇଥିବା ସମସ୍ତ ଘାଇ ବୁଲି ଦେଖିବା ପରେ ଏହା ମନୁଷ୍ୟକୃତ ବୋଲି ଅଭିଯୋଗ କରିଥିଲେ ଦେବାଶିଷ ନାୟକ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ତିଆରି କରାଯାଇଥିବା ବନ୍ଧକୁ ଭାଙ୍ଗି ଦିଆଯିବା ଏକ ନିନ୍ଦନୀୟ ତଥା ଦୁଃଖଦ ଘଟଣା ବୋଲି ସେ କହିଛନ୍ତି ।
ଏଥିସହ ବରୀରେ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ କିଭଳି ସହାୟତା ଯୋଗଇ ଦିଆଯିବ ସେ ନେଇ ଏସ୍ଆର୍ସି ଓ ଜିଲ୍ଲାପାଳଙ୍କ ସହ ପୂର୍ବତନ ବିଧାୟକ ଆଲୋଚନା କରିଛନ୍ତି । ଖୁବ୍ଶ୍ରୀଘ୍ର ସେମାନଙ୍କୁ ସହାୟତା ଯୋଗଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।
Comments are closed.