Latest Odisha News

BREAKING NEWS

ଇଣ୍ଡଷ୍ଟ୍ରୀ ଥଣ୍ଡା, ହେଲେ ସଲମାନଙ୍କ ପକେଟ୍ ଗରମ୍ !

ମୁମ୍ବାଇ: କରୋନା ପାଇଁ ଠପ୍ ପଡିଛି ବଲିଉଡ ତଥା ଏଣ୍ଟରଟେନ୍‌ମେଣ୍ଟ ଇଣ୍ଡଷ୍ଟ୍ରୀ । ହେଲେ ସଲମାନ ଓରଫ ସଲ୍ଲୁମିଆଁଙ୍କ ଭାଉ କମିବାର ନାଁ ଧରୁନି । ଗତବର୍ଷ ବିଗ୍‌ବସ୍‌ର ପ୍ରତିଟି ଏପିସୋଡ୍ ପାଇଁ ସଲମାନ ୧୫.୫କୋଟି ଟଙ୍କା ନେଉଥିଲେ । ହେଲେ ଚଳିତବର୍ଷ ତାଙ୍କ ପାଉଣା ଆପଣଙ୍କ ହୋସ୍ ଉଡାଇଦେବ ।

ବିଗ୍‌ବସ୍‌-୧୪ ପାଇଁ କଲର୍ସ ସହ ୪୫୦ କୋଟି ଟଙ୍କାର ଡିଲ୍ କରିଛନ୍ତି ସଲମାନ ଖାନ । ରିପୋର୍ଟ ଅନୁଯାୟୀ ଚଳିତବର୍ଷ ସଲମାନ ବିଗବସ ପାଇଁ ୨୫୦ କୋଟି ଟଙ୍କା ନେଇଥାନ୍ତେ । ହେଲେ ସଲମାନ ନିଜ ଧାର୍ଯ୍ୟ ଦର ୧୫.୫ କୋଟିରୁ ୨୦କୋଟିକୁ ବୃଦ୍ଧି କରିଛନ୍ତି । ତେବେ ତିନିମାସର ଅବଧି ପାଇଁ ସଲମାନଙ୍କ ପାଉଣା ୪୮୦କୋଟି ହେଉଥିଲେ ବି ୪୫୦କୋଟି ଟଙ୍କାରେ ଡିଲ୍ ଫାଇନାଲ୍ ହୋଇଛି ।

ଗୋରେଗାଓଁ ଫିଲ୍ମ ସିଟିରେ ବିଗ୍‌ବସ୍‌ର ସୁଟିଂ ଆରମ୍ଭ ହେବାକୁ ଥିବାବେଳେ ଏଥର ଟିଭିଷ୍ଟାର, ଟିକ୍‌ଟକ୍ ଷ୍ଟାର୍ ଓ ୟୁଟ୍ୟୁବର୍‌ଙ୍କୁ ପ୍ରତିଯୋଗୀ ଭାବେ ଦେଖିବାକୁ ମିଳିବ । ତେବେ ଏପରି ବି ଶୁଣବାକୁ ମିଳିଛି ଯେ ସିଦ୍ଧାର୍ଥ ଶୁକ୍ଳା, ରଶ୍ମୀ ଦେଶାଇ ଓ ସେହନାଜ ଗିଲଙ୍କୁ ଗେଷ୍ଟ ଆପିରିଅନ୍ସରେ ଦେଖିବାକୁ ମିଳିପରେ ।

Leave A Reply

Your email address will not be published.