Latest Odisha News

BREAKING NEWS

ବିଲ୍ ଗେଟ୍ସଙ୍କୁ କରୋନା

ସାମାନ୍ୟ ଲକ୍ଷଣ ଅଛି, ଆଇସୋଲେସନରେ ଅଛନ୍ତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ବିଲ୍ ଗେଟ୍ସଙ୍କୁ କରୋନା । ସେ କରୋନା ସଂକ୍ରମିତ ହୋଇଥିବା ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, କୋଭିଟ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି । ତାଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ରହିଛି । କିଛି ଦିନ ଆଇସୋଲେସନରେ ରହିବେ । ସମ୍ପୂର୍ଣ୍ଣ ସୁସ୍ଥ ନହେବା ଯାଏ ଡାକ୍ତରଙ୍କ ପରାମର୍ଶ ମାନି ଚଳିବେ ।

ଏଥିସହ ବିଲ୍ ଗେଟ୍ସ ଲେଖିଛନ୍ତି, ସେ ଭାଗ୍ୟଶାଳୀ ଅଟନ୍ତି ଯେ କରୋନା ଟିକା ନେଇଛନ୍ତି । ଏପରିକି ବୁଷ୍ଟର ଡୋଜ୍ ବି ନେଇଛନ୍ତି । ଏଥିସହ ଗେଟସ୍ ଫାଉଣ୍ଡେସନ୍ ବାବଦରେ ବି ଲେଖିଛନ୍ତି ବିଲ୍ ଗେଟସ୍ । କରୋନା କାଳରେ ଗରିବ ରାଷ୍ଟ୍ରକୁ ଟିକା ଏବଂ ଔଷଧ ଯୋଗାଇବାରେ ତାଙ୍କ ଫାଉଣ୍ଡେସନ୍ ସହାୟତା କରିଥିଲା ।

Leave A Reply

Your email address will not be published.