Latest Odisha News

BREAKING NEWS

ମାର୍ଚ୍ଚ ୩୧ ଯାଏ କୋଭିଡ୍ ଗାଇଡଲାଇନ ବୃଦ୍ଧି ନେଇ କେନ୍ଦ୍ର ଗୃହ ସଚିବଙ୍କ ଚିଠି

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାର କଟକଣା କଡ଼ାକଡ଼ି କରିଛନ୍ତି । କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି କରୋନା ଗାଇଡଲାଇନ୍ ମାର୍ଚ୍ଚ ୩୧ ଯାଏ ବଢ଼ାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ ଯୁଦ୍ଧ ଲାଗି ସଚେତନତା ସହ ସାବଧାନତା ଜରୁରୀ ବୋଲି ସେ ଲେଖିଛନ୍ତି ।

ଚିଠିରେ କୁହାଯାଇଛି- ଗତ କିଛି ମାସ ହେଲା କରୋନା ସଂକ୍ରମଣ ମାମଲା ଖସିବାରେ ଲାଗିଥିଲା । ଏହି ଯୁଦ୍ଧ ଜିତିବାକୁ ଆମକୁ ସାବଧାନ ରହିବାକୁ ପଡ଼ିବ । ଏହାକୁ ଧ୍ୟାନରେ ରଖି ନିର୍ଦ୍ଦେଶାନାମା ଜାରି କରାଯାଇଛି । ଯାହାକି ମାର୍ଚ୍ଚ ୩୧ ଯାଏ ବଳବତ୍ତର ରହିବ । ଏସଓପିରେ ସମସ୍ତ କାର୍ଯ୍ୟକୁ ଅନୁମତି ଦିଆଯାଇଛି ।

ଏସଓପି ଅନୁସାରେ ସାମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି । ଆନ୍ତଃରାଜ୍ୟ ଯାତାୟତ ଓ ପରିବହନ ଉପରେ କୌଣସି କଟକଣା ନାହିଁ । ତେବେ, ରାଜ୍ୟମାନେ କରୋନା ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ଗୃହ ସଚିବ କହିଛନ୍ତି ।

Leave A Reply

Your email address will not be published.