Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲ ପକ୍ଷରୁ ଅନଲାଇନରେ ହେବ ସାଇ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ଓ ସାଇ ଇଣ୍ଟନ୍ୟାସନାଲ ଆବାସିକ ସ୍କୁଲ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଆସନ୍ତା ମାର୍ଚ୍ଚ ୬ ଓ ଏପ୍ରିଲ ୨ ତାରିଖରେ ଏହି ଅନଲାଇନ ପରୀକ୍ଷା ହେବ ।

ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ପାଇଁ ଷଷ୍ଠରୁ ନବମ, ଓ ଏକାଦଶ ଶ୍ରେଣୀର ବିଜ୍ଞାନ, ବାଣିଜ୍ୟ, ହ୍ୟୁମାନିଟିଜ୍ ପାଇଁ ପ୍ରବେଶିକା ପରୀକ୍ଷା ହେବ । ସେହିପରି ସାଇ ଇଣ୍ଟର ନ୍ୟାସନାଲ ଆବାସିକ ସ୍କୁଲ ପାଇଁ ଚତୁର୍ଥରୁ ନବମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପରୀକ୍ଷା ହେବ ।

କରୋନାକୁ ଦୃଷ୍ଟିରେ ରଖି ଚଳିତ ଥର ଅନଲାଇନରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ସାଇ ଇଣ୍ଟର ନ୍ୟାସନାଲର ପ୍ରବେଶିକା ପରୀକ୍ଷା ପାଇଁ www.saiinternational.edu.in ଓ ସାଇ ଣ୍ଟରନ୍ୟାସନାଲ ଆବାସିକ ସ୍କୁଲର ପ୍ରବେଶିକା ପରୀକ୍ଷା ପାଇଁ www.sirs.edu.in ରେ ସିଲାବସ୍ ଉପଲବ୍ଧ ହେଉଛି । ଏଥି ସହ ଇଂଜିନିଅରିଂ, ମେଡିକାଲ, ସିଏ, କ୍ଲାଟ୍ ପାଇଁ କୋଚିଂ ସୁବିଧା ବି ଯୋଗାଇ ଦିଆଯାଉଛି ।

Leave A Reply

Your email address will not be published.