Latest Odisha News

BREAKING NEWS

କେନ୍ଦ୍ରୀୟ ସମବାୟ ବିଭାଗର ସମସ୍ତ ଯୋଜନାକୁ ରାଜ୍ୟରେ ଅଣଦେଖା: ବିଜେପି

ଭୁବନେଶ୍ୱର: କେନ୍ଦ୍ରୀୟ ସମବାୟ ବିଭାଗର ସମସ୍ତ ଯୋଜନାକୁ ରାଜ୍ୟରେ ଅଣଦେଖା କରାଯାଉଛି ବୋଲି ଅଭିଯୋଗ କରିଛି ବିଜେପି । ପୂର୍ବତନ ସମବାୟ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢ଼ୀ କହିଛନ୍ତି ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ କରି କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ବିଭାଗର ବିକାଶ କରିଛନ୍ତି । ସେଥିରୁ ସମବାୟ ଅନ୍ୟତମ । ସମବାୟ କ୍ଷେତ୍ରରେ ପ୍ରଗତି ଆଣିବା ମୋଦି ସରକାରଙ୍କ ଗ୍ୟାରେଣ୍ଟି ଓ ପ୍ରତିବଦ୍ଧତା । ଭାରତରେ ୮ଲକ୍ଷ ୫୫ହଜାରରୁ ଊର୍ଦ୍ଧ୍ୱ ଭିନ୍ନ ଭିନ୍ନ କ୍ଷେତ୍ରର ସମବାୟ ସମିତିମାନ ଅଛି । ଆଜିର ଦିନରେ ପ୍ରାୟ ଭାରତର ୯୧ ପ୍ରତିଶତ ଗ୍ରାମ ସମବାୟ ଅନୁଷ୍ଠାନ ସହିତ ସଂଯୁକ୍ତ ଅଛନ୍ତି । ପ୍ରାୟ ୧୩କୋଟିରୁ ଊର୍ଦ୍ଧ୍ୱ ଲୋକ ସମବାୟ ସମିତିସହ ଯୋଡି ହୋଇ ଦେଶର ପ୍ରଗତିରେ ସହାୟକ ହୋଇଛନ୍ତି ବୋଲି କହିଛନ୍ତି ସୁରମା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ବିଜେପି ସରକାର ହିଁ ସମବାୟ କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛି । ମଡେଲ୍ ବାଇଲ ଅନୁଯାୟୀ ଦେଶରେ ୨ଲକ୍ଷ ନୂତନ ସମବାୟ ସମିତି ଯଥା ଦୁଗ୍ଧ, ମତ୍ସ୍ୟ ଓ କୃଷି ସମବାୟ ସମିତି ଗଠନ ହେବ । ନୂଆ ବ୍ୟବସ୍ଥା ଅନୁସାରେ ପ୍ରତ୍ୟେକ ପଂଚାୟତରେ ଗୋଟିଏ ପ୍ରାଥମିକ କୃଷି ସେବା ସମବାୟ ସମିତି ଗଠନ ହେବାର ନିଷ୍ପତି ନିଆଯାଇଛି । ପ୍ରତ୍ୟେକ ସମବାୟ ସମିତିର ଗୃହ ନିର୍ମାଣ ପାଇଁ ଜାଗା ଯୋଗାଇଦେବା ସହ ଆର୍ଥିକ ବ୍ୟବସ୍ଥା କରିବା ସହ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇଦେବା ସହ ସୁଲଭ ମୂଲ୍ୟରେ ଗୃହ ନିର୍ମାଣ ଋଣ ପ୍ରଦାନ ଆଦି ଅନେକ ଯୁଗାନ୍ତକାରୀ ପଦକ୍ଷେପ ପାଇଁ ନିଷ୍ପତି ନିଆଯାଇଥିବାବେଳେ ଓଡିଶାରେ ରାଜ୍ୟ ସରକାର ସମବାୟ ବିକାଶରେ ଅଗ୍ରାଧିକାର ନଦେଇ ଏସମସ୍ତ ଯୋଜନାକୁ ବାଟବଣା କରି ସ୍ଥାଣୁ ଅବସ୍ଥାରେ ରଖିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସୁରମା ।

ସୁରମା କହିଛନ୍ତି ଯେ, ରାଜ୍ୟରେ ୨, ୮୦୦ ପ୍ରାଥମିକ କୃଷି ସମବାୟ ସମିତି ଥିବାବେଳେ ସ୍ଥାୟୀ ସମ୍ପାଦକ ମାତ୍ର ୧୧୩ଜଣ ଅଛନ୍ତି । ଅସ୍ଥାୟୀ କର୍ମଚାରୀମାନଙ୍କୁ ନେଇ ଏହି ସମବାୟ ସଂସ୍ଥା ଚାଲିଥିବାବେଳେ ବିକାଶର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କ ଅସଲ ଚେହେରା ପଦାରେ ପଡିଛି । ଅନେକ ସମବାୟ ସମିତି ଏବଂ କେନ୍ଦ୍ର ସମବାୟ ବ୍ୟାଙ୍କ ଓ ଶୀର୍ଷ ସମବାୟ ସମିତି ଆଜିବି ରୁଗୁଣ ଅବସ୍ଥାରେ ପଡିଛି । ମଣ୍ଡି ଭିତିଭୂମିର ସୁଦୃଢ଼ିକରଣ ପାଇଁ ସମବାୟ ସମିତିକୁ ମୋଦି ସରକାର ଆର୍ଥିକ ସହଯୋଗ ଯୋଗାଉଥିବାବେଳେ ରାଜ୍ୟ ସରକାର ଉକ୍ତ ଅର୍ଥକୁ ବାଟମାରଣା କରିଛନ୍ତି । ଯଦ୍ୱାରା ଓଡ଼ିଶାରେ ମଣ୍ଡିର ଭିତିଭୂମି ଅତ୍ୟନ୍ତ ନିମ୍ନମାନର ବୋଲି କହିଛନ୍ତି ପୂର୍ବତନ ସମବାୟ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢ଼ୀ ।

Leave A Reply

Your email address will not be published.