Latest Odisha News

BREAKING NEWS

ଲାଞ୍ଚ ନେଇ ଧରାପଡ଼ିଥିଲେ ସରକାରୀ ବାବୁ, ଜେଲଦଣ୍ଡ ଶୁଣାଇଲେ ଭିଜିଲାନ୍ସ କୋର୍ଟ

କଟକ: ଲାଞ୍ଚ ନେବା ମାମଲାରେ ସରକାରୀ ବାବୁଙ୍କୁ ଦଣ୍ଡାଦେଶ ଶୁଣାଇଲେ କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ୮ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ କୁଜଙ୍ଗ ତହସିଲର ଆରଆଇ ସୁବାସ ଚନ୍ଦ୍ର ଦାସ । ଘରବାରି ପଟ୍ଟା କରାଇଦେବା ନାମରେ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ଆରଆଇ ସୁବାସ । ଏହି ମାମଲାରେ କଟକ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଆରଆଇ ସୁବାସଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଶ୍ରୀ ସୁବାଶଙ୍କୁ ୨ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜରିମାନା ଦଣ୍ଡ ଶୁଣାଇଛନ୍ତି କୋର୍ଟ ।

ମାମଲା ଅନୁସାରେ, ଗତ ୨୦୧୮ରେ ଜଣେ ବ୍ୟକ୍ତିଙ୍କ ଘରବାରି ପଟ୍ଟା କରାଇଦେବାକୁ ତାଙ୍କୁ ୮ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସୁବାଶ । ଏନେଇ ଉକ୍ତ ବ୍ୟକ୍ତି ଜଣଙ୍କ କଟକ ଭିଜିଲାନ୍ସର ଦ୍ଵାରସ୍ତ ହୋଇଥିଲେ । ଭିଜିଲାନ୍ସ ଟିମ ଏକ ମାମଲା ରୁଜୁ କରି ଯୋଜନା ମୁତାବକ ଉକ୍ତ ବ୍ୟକ୍ତି ଜଣଙ୍କ ଲାଞ୍ଚ ଟଙ୍କା ଦେଉଥିବା ବେଳେ ଅଚାନକ ଶ୍ରୀ ଦାସଙ୍କୁ କାବୁ କରିଥିଲା ଭିଜିଲାନ୍ସ । ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।

ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ଶ୍ରୀ ଦାସଙ୍କୁ କୋର୍ଟ ଚାଲାଣ କରିଥିଲା । ସେହି ମାମଲାର ଶୁଣାଣୀ କରି ଆଜି ଏହି ରାୟ ଦେଇଛନ୍ତି କଟକ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ । ଶ୍ରୀ ସୁବାଶଙ୍କୁ ୨ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜରିମାନା ଦଣ୍ଡ ଶୁଣାଇଛନ୍ତି କୋର୍ଟ । ଯଦି ଏହି ନିର୍ଦ୍ଦେଶକୁ ଖଣ୍ଡନ କରାଯାଏ ତେବେ ଜେଲ ଅବଧୀ ଆଉ ୬ମାସ ବଢିବ ବୋଲି କହିଛନ୍ତି କୋର୍ଟ । ସେପଟେ ଭିଜିଲାନ୍ସ ବିଭାଗ ଉକ୍ତ ପୂର୍ବତନ ଆରଆଇ ଶ୍ରୀ ଦାସଙ୍କ ପେନସନ ବନ୍ଦ କରିବାକୁ ଆବେଦନ କରିଛି ।

 

Leave A Reply

Your email address will not be published.