ପୁରୀ: ଶ୍ରୀକ୍ଷେତ୍ରରେ ବିଧିପୂର୍ବକ ୩ ରଥର ହେଲା ଦକ୍ଷିଣ ମୋଡ । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ୩ ରଥର ଦକ୍ଷିଣ ମୋଡ କରାଯାଇଛି । ଏଥିସହ ଆରମ୍ଭ ହୋଇଛି ବାହୁଡା ଯାତ୍ରା ପ୍ରସ୍ତୁତି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ, ତାପରେ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ସର୍ବଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଉଛି। ଏହାପରେ ତିନି ରଥ ଶରଧାବାଲିରେ ଶ୍ରୀଜିଉଙ୍କ ଅପେକ୍ଷାରେ ରହିଛନ୍ତି । ଆସନ୍ତକାଲି ସନ୍ଧ୍ୟା ଦର୍ଶନ ନୀତି ଥିବା ବେଳେ ଜୁଲାଇ ୧ ତାରିଖରେ ଶ୍ରୀଜିଉଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହେବ ।
ଗତକାଲି ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଥିଲା। ଏହି ନୀତି ଅନୁସାରେ ଶ୍ରୀମନ୍ଦିରରୁ ମା’ ବିମଳାଙ୍କ ଆଜ୍ଞାନୁଯାୟୀ ମୋହିନୀ ଚୂଣ୍ଣ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିଲେ ମା’ ମହାଲକ୍ଷ୍ମୀ। ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ଥିବା ନନ୍ଦିଘୋଷ ରଥ ପାଖରେ ପହଞ୍ଚିବା ପରେ ରୀତିନୀତି ଅନୁଯାୟୀ ମା’ ମହାଲକ୍ଷ୍ମୀଙ୍କ ବନ୍ଦାପନା କରିଥିଲେ ସେବାୟତ। ଏହାପରେ ରଥ ଭାଙ୍ଗିବା ନୀତି ସମ୍ପୂର୍ଣ୍ଣ ହୋଇଥିଲା।
BREAKING NEWS
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
Comments are closed.