Latest Odisha News

BREAKING NEWS

ତିନି ରଥର ହେଲା ଦକ୍ଷିଣ ମୋଡ

ପୁରୀ: ଶ୍ରୀକ୍ଷେତ୍ରରେ ବିଧିପୂର୍ବକ ୩ ରଥର ହେଲା ଦକ୍ଷିଣ ମୋଡ । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ୩ ରଥର ଦକ୍ଷିଣ ମୋଡ କରାଯାଇଛି । ଏଥିସହ ଆରମ୍ଭ ହୋଇଛି ବାହୁଡା ଯାତ୍ରା ପ୍ରସ୍ତୁତି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ, ତାପରେ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ସର୍ବଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଉଛି। ଏହାପରେ ତିନି ରଥ ଶରଧାବାଲିରେ ଶ୍ରୀଜିଉଙ୍କ ଅପେକ୍ଷାରେ ରହିଛନ୍ତି । ଆସନ୍ତକାଲି ସନ୍ଧ୍ୟା ଦର୍ଶନ ନୀତି ଥିବା ବେଳେ ଜୁଲାଇ ୧ ତାରିଖରେ ଶ୍ରୀଜିଉଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହେବ । ଗତକାଲି ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଥିଲା। ଏହି ନୀତି ଅନୁସାରେ ଶ୍ରୀମନ୍ଦିରରୁ ମା’ ବିମଳାଙ୍କ ଆଜ୍ଞାନୁଯାୟୀ ମୋହିନୀ ଚୂଣ୍ଣ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିଲେ ମା’ ମହାଲକ୍ଷ୍ମୀ। ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ଥିବା ନନ୍ଦିଘୋଷ ରଥ ପାଖରେ ପହଞ୍ଚିବା ପରେ ରୀତିନୀତି ଅନୁଯାୟୀ ମା’ ମହାଲକ୍ଷ୍ମୀଙ୍କ ବନ୍ଦାପନା କରିଥିଲେ ସେବାୟତ। ଏହାପରେ ରଥ ଭାଙ୍ଗିବା ନୀତି ସମ୍ପୂର୍ଣ୍ଣ ହୋଇଥିଲା।

Leave A Reply

Your email address will not be published.