Latest Odisha News

BREAKING NEWS

ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ହୀରାକୁଦ ସହ ସାମିଲ ହେବ ଏହି ସବୁ ସ୍ଥାନ

ଭୁବନେଶ୍ବର: ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସାମିଲ ହେବ ହୀରାକୁଦ ଡ୍ୟାମ୍ । ଏହାସହିତ ବୌଦ୍ଧ ସର୍କିଟ, ସାତକୋଶିଆ ଓ ଚିଲିକାକୁ ମଧ୍ୟ ବିଶ୍ୱ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ନିଷ୍ପତ୍ତି ନେଇଛି ମୋହନ ମାଝୀ ସରକାର ନିଷ୍ପତ୍ତି ନେଇଛନ୍ତି ।

ସେହିପରି ଏମଏସଏମଇ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟ ସରକାର ଆଉ ୫ଟି ନୂଆ ଫୁଡପାର୍କ ନିର୍ମାଣ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।

ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ହୀରାକୁଦ, ବୌଦ୍ଧ ସର୍କିଟ, ଚିଲିକା ଓ ସାତକୋଶିଆକୁ ବିଶ୍ୱ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯିବ । ଏନେଇ ଆବଶ୍ୟକ ପ୍ରକ୍ରିୟା ଚଳିତମାସ ୧୫ତାରିଖ ସୁଦ୍ଧା ଚୂଡ଼ାନ୍ତ କରିବା ପାଇଁ ମୁଖ୍ୟ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ପ୍ରକଳ୍ପକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ନିମନ୍ତେ ଖୁବଶୀଘ୍ର ଜାତୀୟ କର୍ମଶାଳା ପର୍ଯ୍ୟଟନ ବିଭାଗ ଆୟୋଜନ କରିବ ବୋଲି ନିଷ୍ପତ୍ତି ହୋଇଛି । ଏହାପରେ ପର୍ଯ୍ୟାୟକ୍ରମେ ଯାଜପୁର ଜିଲ୍ଲାରେ ଥିବା ବୋଦ୍ଧ ସର୍କିଟ, ଚିଲିକା ଓ ସାତକୋଶିଆକୁ ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳୀ କରିବାକୁ ସରକାର ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି ।

 

Comments are closed.