ପ୍ରୟାଗରାଜ: ଦୀପାବଳି ଅବସରରେ ବିଜେପି ନେତ୍ରୀ ରୀତା ବହୁଗୁଣାଙ୍କ ଘରେ ଶୋକବର ବାତାବରଣ ଖେଳିଯାଇଛି । ବହୁଗୁଣାଙ୍କ ନାତୁଣୀ ଛାତ ଉପରେ ସାଙ୍ଗମାନଙ୍କ ସହ ବାଣ ଫୁଟାଉଥିବା ବେଳେ ଗୁରୁତର ଭାବେ ପୋଡି ହୋଇ ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ବଂଚାଇବା ସମ୍ଭବପର ହୋଇ ନ ଥିଲା ।
ମୟଙ୍କ ଯୋଶୀ(ରୀତାଙ୍କ ପୁତ୍ର)ଙ୍କ ଝିଅ ପୋଡି ହେବାର ଦୀର୍ଘ ସମୟ ପରେ ଘରଲୋକ ଜାଣିଥିଲେ । ଯାହା ଫଳରେ ବଂଚାଇବାରେ ଅସୁବିଧା ହୋଇଥିଲା । ପିଲାମାନେ ଚିତ୍କାର କରିଥିଲେ ମଧ୍ୟ ଘରଲୋକ ଭାବୁଥିଲେ ସେମାନେ ଖେଳୁଛନ୍ତି ।
Comments are closed.