Latest Odisha News

BREAKING NEWS

ଟପ୍ ହ୍ୟାକର୍ ପିଟର ଜାଟକୋ ହେଲେ ଟ୍ୱିଟର୍‌ର ନୂତନ ସୁରକ୍ଷା ମୁଖ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆର ଦିଗ୍‌ଗଜ କମ୍ପାନୀ ଟ୍ୱିଟର ନିଜ ଉପରେ ବଢୁଥିବା ନିୟମର ଚାପ ଏବଂ ଗୁରୁତର ସୁରକ୍ଷା ବିପଦକୁ ଦୃଷ୍ଟିରେ ରଖି କାର୍ଯ୍ୟ ପାଇଁ ବିଶ୍ୱ‌ର ଜଣାଶୁଣା ହ୍ୟାକର୍‌ଙ୍କୁ ଏହି କାର୍ଯ୍ୟରେ ନିଯୁକ୍ତ କରିଛି। ଯାହାଦ୍ୱାରା ସେମାନେ ଏହି ଚ୍ୟାଲେଞ୍ଜଗୁଡିକର ମୁକାବିଲା କରିପାରିବେ। ଟ୍ୱିଟର ପିଟର ଜାଟକୋଙ୍କୁ ସୁରକ୍ଷା ମୁଖ୍ୟ ଭାବରେ ନିଯୁକ୍ତ କରିଛି ଏବଂ ଏହାର ଗଠନ ଏବଂ କାର୍ଯ୍ୟ ଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ତାଙ୍କୁ ଦାୟିତ୍ୱ ଦେଇଛି। ଜାଟକୋ ସିଧାସଳଖ ଟ୍ୱିଟର ସିଇଓ ଜ୍ୟାକ୍ ଡର୍ଜିଙ୍କୁ ରିପୋର୍ଟ କରିବେ। ୪୫ ରୁ ୬୦ଦିନ ସମୀକ୍ଷା ପରେ ସେମାନେ ପ୍ରମୁଖ ସୁରକ୍ଷା କାର୍ଯ୍ୟର ପରିଚାଳନା ଦାୟିତ୍ୱ ଗ୍ରହଣ କରିବେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.