Latest Odisha News

BREAKING NEWS

କିଏ ସେହି କାଫିଲ୍ ଖାନ ? ଯାହାଙ୍କୁ ଜେଲରୁ ତୁରନ୍ତ ମୁକ୍ତି ନିର୍ଦ୍ଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ

ଉତ୍ତରପ୍ରଦେଶ: ନାଗରିକତା ସଂଶୋଧନ ଆଇନ ଉପରେ ଉତ୍ତେଜନା ସୃଷ୍ଟି କଲା ଭଳି ଭାଷଣ ଦେଇ ଗିରଫ ହୋଇଥିବା ଉତ୍ତରପ୍ରଦେଶର ଡାକ୍ତର କାଫିଲ୍ ଖାନଙ୍କୁ ଆଶ୍ୱସ୍ତି । ତାଙ୍କୁ ଜେଲରୁ ତୁରନ୍ତ ମୁକ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ତାଙ୍କ ବିରୋଧରେ ଲାଗିଥିବା ଜାତୀୟ ସୁରକ୍ଷା ଆଇନ ବା ଏନଏସଏକୁ ରଦ୍ଦ କରି ଦେଇଛନ୍ତି କୋର୍ଟ ।

ଜାତୀୟ ସୁରକ୍ଷା ଆଇନ(ଏନଏସଏ) ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇ ଗିରଫ ହୋଇଥିଲେ ଗୋରଖପୁରର ଡାକ୍ତର କାଫିଲ ଖାନ୍ । ତାଙ୍କ ମାଆ ଦାଖଲ କରିଥିବା ବନ୍ଦୀ ପ୍ରତ୍ୟକ୍ଷୀକରଣ ଆବେଦନ ଉପରେ ଶୁଣାଣି କରି କୋର୍ଟ ଜେଲରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଡିସେମ୍ବର ୨୦୧୯ରେ ଅଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ସିଏଏ ବିରୋଧରେ ଦେଇଥିବା ଭାଷଣ ଅଭିଯୋଗରେ ଜାନୁଆରୀ ୨୯ ତାରିଖରେ ଗିରଫ ହୋଇଥିଲେ ଡାକ୍ତର କାଫିଲ ଖାନ ।

୨୦୧୭ ଅଗଷ୍ଟରେ ଗୋରଖପୁର ମେଡିକାଲ କଲେଜ ଅକ୍ସିଜେନ୍ ଅଭାବରୁ ଶିଶୁ ମୃତ୍ୟୁ ମାମଲାର ପରେ ଚର୍ଚ୍ଚାକୁ ଆସିଥିଲେ ଡାକ୍ତର କାଫିଲ ଖାନ୍ । ସେତେବେଳେ ବହୁ ସଂଖ୍ୟାରେ ଶିଶୁଙ୍କ ମୃତ୍ୟୁ ହୋଇଥିଲେ । କାଫିଲ୍ ଖାନ ସେତେବେଳେ ମେଡିକାଲ ବୋର୍ଡ ନୋଡାଲ ଅଫିସର ଥିଲେ ।

Leave A Reply

Your email address will not be published.