Latest Odisha News

BREAKING NEWS

କରୋନାର ନୂଆ ହଟସ୍ପଟ୍ ମୟୂରଭଞ୍ଜ

ଭୁବନେଶ୍ୱର: ରାଜ୍ୟରେ କରୋନାର ରେଟହଟ୍ ଜିଲ୍ଲା ଗଞ୍ଜାମରେ କମିଛି ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ଖୋର୍ଦ୍ଧା ଓ କଟକରେ ମାଡ଼ି ଚାଲିଛି । ଏବେ ତାଲିକାରେ ଯୋଡ଼ିଛି ମୟୂରଭଞ୍ଜ । ରାଜ୍ୟରେ କରୋନାର ନୂଆ ହଟସ୍ପଟ ପାଲଟିଛି ମୟୂରଭଞ୍ଜ ।

BjdElectrycity

ଗତ ୨୪ ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲାରୁ ୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ୬୫୭ । ସୁସ୍ଥ ହୋଇଛନ୍ତି ୨ ହଜାର ୫୯ ଆକ୍ରାନ୍ତ ।

ଆକ୍ଟିଭ୍ କେସରେ ଗଞ୍ଜାମକୁ ଟପିଲା ମୟୂରଭଞ୍ଜ
ଆକ୍ଟିଭ୍ କେସରେ ଗଞ୍ଜାମ ଜିଲ୍ଲାରୁ ବି ଟପି ଯାଇଛି ମୟୂରଭଞ୍ଜ । ଗଞ୍ଜାମରେ ଏବେ ୧୫ ଶହ ୩୮ ସକ୍ରିୟ ମାମଲା ରହିଛି । କିନ୍ତୁ ମୟୂଭଞ୍ଜରେ ଏହି ସଂଖ୍ୟା ୧୫ ଶହ ୯୦ । ଗଞ୍ଜାମ ଅପେକ୍ଷା ୫୨ଟି ଅଧିକ ଆକ୍ଟିଭ୍ କେସ୍ ଗଞ୍ଜାମ ଜିଲ୍ଲାରେ ରହିଛି ।

ସାତ ଦିନରେ ୧୨୪୩ ନୂଆ ପଜିଟିଭ୍ 
ଅଗଷ୍ଟ ଶେଷ ସପ୍ତାହରେ ମୟୂରଭଞ୍ଜ ଜିଲ୍ଲାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ସାତ ଦିନରେ ବାହାରିଛନ୍ତି ୧୨ ଶହ ୪୩ ନୂଆ ପଜିଟିଭ୍ । ଯାହାକି ଜିଲ୍ଲାର ମୋଟ୍ ଆକ୍ରାନ୍ତଙ୍କ ୩୩ ପ୍ରତିଶତ ।

Leave A Reply

Your email address will not be published.