ଅନୁଗୋଳ: ମହିଳା ହୋମଗାର୍ଡଙ୍କୁ ଅସଦାଚରଣ କରିବା ପଡିଲା ମହଙ୍ଗା । ଅନୁଗୋଳ ଜିଲ୍ଲାର କଣିହାଁ ଥାନାରୁ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ହୋମଗାର୍ଡଙ୍କୁ ଆସିଷ୍ଟାଣ୍ଟ୍ ସବ୍ଇନ୍ସପେକ୍ଟର ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହା ପରେ ଉକ୍ତ ଏଏସଆଇଙ୍କୁ ସସପେଣ୍ଡ କରାଯାଇଛି ।
ଅଭିଯୁକ୍ତ ଆସିଷ୍ଟାଣ୍ଟ୍ ସବ୍ଇନ୍ସପେକ୍ଟର ଜଣକ ହେଲେ ରାଜେନ୍ଦ୍ର କୁମାର ବେହେରା । ଅସଦାଚରଣ ନେଇ ପୀଡ଼ିତା ଜଣକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଥିବା ବେଳେ ଏସପି ତୁରନ୍ତ ଅଭିଯୁକ୍ତ ଏଏସଆଇଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି । ଅନୁଗୁଳ ଏସପି ରାହୁଲ ଜୈନ ତାଙ୍କୁ ନିଲମ୍ବିତ କରିଛନ୍ତି ।
ତେବେ ଏହି ଘଟଣାକୁ ନେଇ ପୋଲିସ ବିଭାଗର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ଏବଂ ବିଭାଗୀୟ ତଦନ୍ତରେ ଆଗକୁ କି ପ୍ରକାର ନିଷ୍ପତ୍ତି ନିଆଯିବ, ତାହା ଉପରେ ଏବେ ନଜର ରହିଛି । ନିଲମ୍ବନ ସମୟରେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି ।
