ଅନୁଗୁଳ: ପୁଅ ପରି କୁକୁରକୁ ପାଳିଥିଲେ । ୪ ବର୍ଷର ଜିମି ଥିଲା ଘରର ସଦସ୍ୟ । ସାନଠୁ ବଡ଼ ଜିମି ପାଇଁ ପାଗଳ ଥିଲେ । ହେଲେ କୁକୁର ପ୍ରତି ପରିବାରର ଅନାବଳି ସ୍ନେହକୁ ସହ୍ୟ କରି ପାରୁ ନଥିଲେ ପଡ଼ୋଶୀ । ଶେଷରେ ପଡ଼ୋଶୀଙ୍କ ଇଟା ଓ ଢେଲା ମାଡ଼ରେ ଜିମିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ପଡ଼ୋଶୀଙ୍କ ନାଁରେ ଏତଲା ଦେଇଛନ୍ତି ପରିବାର ଲୋକ ।
ଏଭଳି ଘଟଣା ଘଟିଛି ଅନୁଗୁଳ ସହର ହାକିମପଡ଼ାରେ । ହାକିମପଡ଼ାର ସୁଷମା ନାଏକ ନାମକ ମହିଳା କର୍ମାନ୍ ପିଜ ପ୍ରକାତିର ଏକ କୁକୁର ପାରିଥିଲେ । ଯାହାର ନାଁ ଗେହ୍ଲାରେ ରଖିଥିଲେ ଜିମି । ଜିମି ସହିତ ସାରା ପରିବାର ସଦସ୍ୟଙ୍କ ଏତେ ଆବେଗ ଥିଲା ଯେ ତାକୁ ନ ଦେଖିଲେ ରହି ପାରୁନଥିଲେ । ହେଲେ ତାଙ୍କ ପଡ଼ୋଶୀ ପୋଷା କୁକୁର ପାଳିବାକୁ ସହ୍ୟ କରି ପାରୁ ନଥିଲେ ।
ପୂର୍ବରୁ ଅନେକ ଥର ସେ ଜିମିକୁ ମାରଧର କରିଥିବା ବେଳେ ଗତକାଲି ତାଙ୍କ ଜିମିକୁ ନୃଶଂସ ଭାବେ ଆକ୍ରମଣ କରିଥିଲେ । ଇଟା ଓ ପଥର ମାଡ଼ରେ ଜିମିର ମୃତ୍ୟୁ ହୋଇଛି । ଜିମିର ମୃତ୍ୟୁରେ ପରିବାର ଭାଙ୍ଗି ପଡ଼ିଥିବା ବେଳେ ଅନୁଗୁଳ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଯାହା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।
Comments are closed.