Latest Odisha News

BREAKING NEWS

ଏସସିବିରେ ନବଜାତ ବଦଳ ଅଭିଯୋଗ; ଜୀବିତ ବଦଳରେ ମୃତ ଶିଶୁ ଦେଇଥିବା ଅଭିଯୋଗ

କଟକ: କଟକ ଏସସିବି ମେଡିକାଲରୁ ଆସିଛି ସାଙ୍ଘାତିକ ଅଭିଯୋଗ । ନବଜାତ ଶିଶୁ କନ୍ୟାକୁ କର୍ମଚାରୀମାନେ ବଦଳ କରି ଏକ ମୃତ ଶିଶୁକୁ ପିତାମାତାଙ୍କୁ ଧରାଇ ଦେଇଥିବା ଅଭିଯୋଗ ହୋଇଛି । ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଜନ୍ମିତ ସନ୍ତାନ ଏସଏନସିୟୁରେ ଚିକିତ୍ସାଧୀନବେଳେ ଏହି ବଦଳ ହୋଇଥିବା ନେଇ ଅଭିଯୋଗ ହୋଇଛି ।

ଜୀବିତ ପିଲା ବଦଳରେ ମୃତ ପିଲା ଦେବା ଅଭିଯୋଗକୁ ନେଇ ମେଡିକାଲରେ ଏକ ପ୍ରକାରର ହଟଚମଟ ସୃଷ୍ଟି ହୋଇଛି । ଅନ୍ୟପଟେ ନିଜ ଶିଶୁକୁ ହରାଇଥିବା ପ୍ରସୂତି ୱାର୍ଡରେ ମାନସିକ ସ୍ଥିତି ହରାଇ ବସିଥିବା ଦର୍ଶାଇ ଏହି ଘଟଣାରେ ପ୍ରସୂତିଙ୍କ ପରିବାର ଲୋକେ ଏସସିବି ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରି ଘଟଣାର ସତ୍ୟତା ଉନ୍ମୋଚନ ପାଇଁ ଦାବି କରିଛନ୍ତି ।

ସୂଚନା ଅନୁସାରେ, ଗତ ୧୦ ତାରିଖରେ ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ତଳଚୁଆ ସାହି ଅଞ୍ଚଳର ରତନା ବେହେରାଙ୍କ ପତ୍ନୀ ଚନ୍ଦ୍ରମା କଟକ ଏସସିବିରେ ଭର୍ତ୍ତି ହୋଇଥିଲେ । ତା ପରଦିନ ସକାଳ ୯ଟାରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ଚନ୍ଦ୍ରମା । ଜନ୍ମ ପରେ ଅସୁସ୍ଥ ନବଜାତ କନ୍ୟାକୁ ଏସଏନସିୟୁକୁ ନିଆଯାଇଥିଲା । ମାତ୍ର ୨୪ ଘଣ୍ଟା ପରେ ନବଜାତଟିର ମୃତ୍ୟୁ ହୋଇଥିବା ନର୍ସ କହିଥିବା ନେଇ ଅଭିଯୋଗ ହୋଇଛି ।

Comments are closed.