ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ସେ ରାଜଧାନୀ ଜୋହାନ୍ସବର୍ଗରେ ଚାଲିଥିବା ଜି-୨୦ ବୈଠକ ସମୟରେ ଚୀନ୍ ବିଦେଶମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଛନ୍ତି। ଏହି ସମୟରେ ଭାରତ ଏବଂ ଚୀନ୍ ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ସୀମାନ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା, କୈଳାଶ ମାନସରୋବର ଯାତ୍ରାର ପୁନଃ ଆରମ୍ଭ, ବିମାନ ସଂଯୋଗ ଏବଂ ସୁଗମ ଯାତ୍ରା କୁ ନେଇ ଆଲୋଚନା କରାଯାଇଥିଲା।
The G20 Foreign Ministers Meeting in Johannesburg provided an opportunity to meet CPC Politburo member and FM Wang Yi of China this morning on its sidelines. pic.twitter.com/sX3aMu1new
— Dr. S. Jaishankar (@DrSJaishankar) February 21, 2025
ଉଭୟ ନେତାଙ୍କ ମଧ୍ୟରେ ସିଧା ବିମାନ ଉଡାଣ ସହିତ କୈଳାଶ ମାନସରୋବର ଯାତ୍ରାକୁ ନେଇ ଆଲୋଚନା ହୋଇଛି। ଏହି ସାକ୍ଷାତ ଆଲୋଚନା ନେଇ ନିଜେ ବୈଦେଶିକ ମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସ ରେ ସୂଚନା ଦେଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ,ଜୋହାନ୍ସବର୍ଗ ଜି-୨୦ ବିଦେଶମନ୍ତ୍ରୀଙ୍କ ବୈଠକରେ ଆଜି ସିପିସି ପଲିଟି ବ୍ୟୁରୋ ସଦସ୍ୟ ତଥା ଚୀନ୍ ବିଦେଶମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିବାର ଅବସର ମିଳିଛି।
ଏହାପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଥିଲା , ସେହି ବିଜ୍ଞପ୍ତି ଅନୁଯାୟୀ,ଭାରତ ଏବଂ ଚୀନ୍ ୨୦୨୫ ମସିହାରେ କୈଳାଶ ମାନସରୋବର ଯାତ୍ରା ଆରମ୍ଭ କରିବାକୁ ରାଜି ହୋଇଛନ୍ତି। ୨୦୨୫ ଗ୍ରୀଷ୍ମରୁ କୈଳାଶ ମାନସରୋବର ଯାତ୍ରା ଆରମ୍ଭ ହେବ ବୋଲି ଆଶା କରାଯାଉଛି ।
ତେବେ ସଠିକ୍ ତାରିଖ ମଧ୍ୟ ଖୁବ ଶୀଘ୍ର ଘୋଷଣା କରାଯିବ। ୨୦୨୦ ପରଠାରୁ କୈଳାଶ ମାନସରୋବର ଯାତ୍ରା ଏବଂ ଦୁଇ ଦେଶ ମଧ୍ୟରେ ବିମାନ ସେବା ବନ୍ଦ ରହିଥିଲା।
Comments are closed.