Latest Odisha News

BREAKING NEWS

ଘରୋଇ ନର୍ସିଂ ହୋମରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ଯାଜପୁର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ଚାଲିଗଲା ମହିଳାଙ୍କ ଜୀବନ l ନର୍ସିଂହୋମ ଘେରିଲେ ପରିବାର ଲୋକେ । ଯାଜପୁର ମାନସାପୋଲ ନିକଟରେ ଓମ ସାଇ ନର୍ସିଂହୋମରେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି l ମୃତ ମହିଳା ହେଲେ ଯାଜପୁର ଥାନା ପଣସା ପଂଚାୟତ ବିଜୟ କୁମାର ରାଉତରାୟ ଙ୍କ ପତ୍ନୀ ସସ୍ମିତା ରାଉତରାୟ ।

ସୂଚନା ଅନୁସାରେ, ଗତକାଲି ପ୍ରସବ ପାଇଁ ମହିଳାଙ୍କୁ ଓମ ସାଇ ନର୍ସିଂହୋମରେ ଭର୍ତି କରାଯାଇଥିଲା। କିନ୍ତୁ ଅପରେସନ ପରେ ମହିଳା ଙ୍କର ଅଧିକ ରକ୍ତ ସ୍ରାବ ହେବା ପରେ ମହିଳାଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ କହିଥିଲେ ଡାକ୍ତର । ତୁରନ୍ତ ପରିବାର ବର୍ଗ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଆଣି ଭର୍ତି କରିଥିଲେ । ମାତ୍ର ଡାକ୍ତର ସେଠାରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ନର୍ସିଂହୋମର ଡାକ୍ତର ମହିଳାଙ୍କର ସଠିକ୍ ଭାବରେ ଚିକିତ୍ସା କରିନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏନେଇ ପରିବାର ଲୋକଙ୍କ ପକ୍ଷରୁ ନର୍ସିଂହୋମ ବିରୁଦ୍ଧରେ ଯାଜପୁର ଥାନାରେ ଏତଲା ଦିଆଯାଇଛି । ତୁରନ୍ତ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପରିବାର ଲୋକେ ।

 

Leave A Reply

Your email address will not be published.