Latest Odisha News

BREAKING NEWS

ମୁସଲମାନ ଦେଶରେ ଭଗବାନ ରାମଙ୍କୁ ପୂଜାର୍ଚ୍ଚନା

ମୁମ୍ବାଇ : ଆପଣମାନେ ଇଣ୍ଡୋନେସିଆର ନାଁ ଶୁଣିଥିବେ  । ଏହାର ଜନସଂଖ୍ୟା ପାଖାପାଖି ୨୩ କୋଟି। ଏହା ବିଶ୍ୱର ଚତୁର୍ଥ ବୃହତ୍ତମ ଜନସଂଖ୍ୟା ବିଶିଷ୍ଟ ଦେଶ  । ଏହି ଦେଶରେ ସାଧାରଣତଃ ବହୁସଂଖ୍ୟାରେ ମୁସଲମାନ ସମ୍ପ୍ରଦାୟର ଲୋକ ବସବାସ କରନ୍ତି  । ତେବେ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଏଠାରେ ଏମିତି ଏକ ସ୍ଥାନ ରହିଛି ଯାହାକୁ ଅଯୋଧ୍ୟା ବୋଲି କୁହାଯିବା ସହ ଏଠାକାର ଲୋକେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କୁ ପୂଜା କରିଥାଆନ୍ତି।

ଏହି ସ୍ଥାନରେ ରାମଲିଲା ଆୟୋଜିତ ହୋଇଥାଏ। ଏଠାରେ ଥିବା ଅଧିକାଂଶ ପଥରରେ ରାମଙ୍କର ଗାଥା ବର୍ଣ୍ଣନା କରାଯାଇଛି। କେବଳ ସେତିକି ନୁହେଁ , ୧୯୭୩ ମସିହାରେ ଏଠାକାର ସରକାରଏଠାରେ ଏକ ଅନ୍ତର୍ଜାତୀୟ ରାମାୟଣ ମହୋତ୍ସବ ସମ୍ମିଳନୀର ଆୟୋଜନ କରିଥିଲେ। ଯେଉଁଥିରେ ଯୋଗ ଦେବାକୁ ବିଭିନ୍ନ ଦେଶରୁ କଳାକାରମାନେ ଆସିଥିଲେ। ବିଶ୍ୱର ଏହା ଏକମାତ୍ର ଦେଶ , ଯେଉଁଠି ରାମାୟଣର ମହତ୍ତ୍ୱ ରହିଛି।

Leave A Reply

Your email address will not be published.