Latest Odisha News

BREAKING NEWS

କାହିଁକି ଗିରଫ ହେଲେ ବିଗ୍ ବସ୍ ସିଜନ-୭ ବିଜେତା ?

ମୁମ୍ବାଇ: ରିଆଲିଟି ଶୋ ବିଗ୍ ବସ୍ । ବର୍ତ୍ତମାନ ସମୟରେ ଏହାକୁ ଦେଖିବା ଲୋକଙ୍କ ପାଇଁ ଏକ କ୍ରେଜ୍ ହୋଇଗଲାଣି  । ବହୁତ୍ ସଂଖ୍ୟାରେ ଲୋକ ଏହି ଶୋକୁ ଦେଖୁଛନ୍ତି  । ବିଗ୍ ବସ୍ ତେଲୁଗୁ ସିଜନ୍ ୭ ର ବିଜେତା ହୋଇଥିବା ପଲ୍ଲବୀ ପ୍ରଶାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖରାପ ଖବର ରହିଛି । ପଲ୍ଲବୀ ପ୍ରଶାନ୍ତଙ୍କ ବିରୋଧରେ ୯ ଟି ମାମଲା ରୁଜୁ ହୋଇଛି । କେବଳ ପ୍ରଶାନ୍ତଙ୍କ ବିରୋଧରେ ନୁହେଁ , ବରଂ ତାଙ୍କ ସାନଭାଇ ମନୋହର ତାଙ୍କ ବନ୍ଧୁ ଏବଂ ଫ୍ୟାନ୍ସଙ୍କ ବିରୋଧରେ ମଧ୍ୟ ବିଭିନ୍ନ ବିଭାଗରେ ଅଭିଯୋଗ ଦାଖଲ କରାଯାଇଛି ।

ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜକୁ ଦେଖି ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଚିହ୍ନଟ କରିଛି । ତେବେ ଏହି ମାମଲାରେ ତେଲେଙ୍ଗାନା ପୋଲିସ ପଲ୍ଲବୀ ପ୍ରଶାନ୍ତଙ୍କୁ ଗିରଫ କରିଛି । ଆସନ୍ତୁ ଜାଣିବା ଗିରଫ ହେବା ପଛର କାରଣ କଣ ରହିଛି ? ତେବେ ଡିସେମ୍ବର ୧୭ ରବିବାର ଦିନ ବିଗ୍ ବସ୍ ଗ୍ରାଣ୍ଡ ଫାଇନାଲ୍ ପରେ ଯେତେବେଳେ ଦୁଇ ଜଣ ପ୍ରତିଯୋଗୀ ବାହାରକୁ ଆସିଥିଲେ, ସେମାନଙ୍କ ଫ୍ୟାନ୍ସମାନେ ଜୁବୁଲି ହିଲ୍ସର ଅନ୍ନପୂର୍ଣ୍ଣା ଷ୍ଟୁଡିଓ ନିକଟରେ ଅନେକ ଭଙ୍ଗାରୁଜା କରିଥିଲେ । ଏହି ମାମଲାରେ ପୋଲିସ ସାଇ କିରଣଙ୍କ ଫ୍ୟାନ୍ସ ଏବଂ ରାଜୁଙ୍କ ଫ୍ୟାନ୍ସଙ୍କୁ ଗିରଫ କରି ରିମାଣ୍ଡରେ ପଠାଇଛି । ଜନସାଧାରଣଙ୍କୁ ଏକାଠି କରିବା, ଉତ୍ତେଜନା ସୃଷ୍ଟି କରିବା, ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହିବା ଆଦି ଅଭିଯୋଗରେ  ପଲ୍ଲବୀ ପ୍ରଶାନ୍ତଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.