Latest Odisha News

BREAKING NEWS

SIR କାର୍ଯ୍ୟରେ ଅବହେଳା ଅଭିଯୋଗ; ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ

ଭୁବନେଶ୍ବର: କାର୍ଯ୍ୟରେ ଅବହେଳା ପାଇଁ ଚନ୍ଦ୍ରଶେଖରପୁର ଫେଜ-୨ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ରଶ୍ମି ସାହୁଙ୍କୁ ନିଲମ୍ବିତ କରାଯାଇଛି । ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟରେ ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି ।

ସରକାରୀ ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର, ଫେଜ୍-୨ରେ କାର୍ଯ୍ୟରତ ରଶ୍ମି ସାହୁଙ୍କୁ ବୁଥ୍ ସ୍ତରୀୟ ଅଧିକାରୀ (BLO) ଭାବେ ନିଯୁକ୍ତ କରାଯାଇଥିଲା । ଏହି ପରିପ୍ରେକ୍ଷିରେ, ଜନପ୍ରତିନିଧିତ୍ୱ ଆଇନ, ୧୯୫୦ର ଧାରା ୩୨(୧) ଅନୁଯାୟୀ ଜିଲ୍ଲା ନିର୍ବାଚନ ଅଧିକାରୀ ଚଞ୍ଚଳ ରାଣା ତାଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।

Leave A Reply

Your email address will not be published.