ମାଲକାନଗିରି: ଓଡ଼ିଶା ସୀମାନ୍ତରେ ବେଧଡ଼କ ଚାଲିଛି ଧର୍ମାନ୍ତରୀକରଣ। ଆଦିବାସୀଙ୍କୁ ଭୟଭୀତ ଓ ପ୍ରଲୋଭିତ କରି ଖ୍ରୀଷ୍ଟ ଧର୍ମରେ ସାମିଲ୍ କରାଯାଉଥିବା ଅଭିଯୋଗ ହେଉଛି । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁରର ଜିଲ୍ଲାର ବାରଖାପରା ଅଞ୍ଚଳରେ ଧର୍ମାନ୍ତରୀକରଣ ବେଳେ ଗଣ୍ଡଗୋଳ ହୋଇଥିବା ବେଳେ ଆକ୍ରମଣରେ ଏସପି ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ସ୍ଥାନୀୟ ଆଦିବାସୀଙ୍କୁ ବଳପୂର୍ବକ ଖ୍ରୀଷ୍ଟ ଧର୍ମରେ ସାମିଲ୍ କରାଯାଉଥିବା ଅଭିଯୋଗ ହୋଇଥିଲା । ଅନ୍ୟ ଧର୍ମରେ ସାମିଲକୁ ଆଦିବାସୀ ବିରୋଧ କରିଥିଲେ । ଚର୍ଚ୍ଚରେ ଏକାଧିକ ଆଦିବାସୀଙ୍କୁ ଏକାଠି ପରେ ଉତ୍ତେଜନା ପରେ ଗଣ୍ଡଗୋଳ ହୋଇଥିଲା ।
ଗୋଷ୍ଠୀ ସଂଘର୍ଷ ଖବର ପାଇ ନାରାୟଣପୁର ଏସପି ସଦାନନ୍ଦ କୁମାର ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ହେଲେ ଉତ୍ୟକ୍ତ ଲୋକ ପୋଲିସ ଉପରକୁ ଢେଲାମାଡ଼ କରିଥିଲେ । ଏଥିରେ ଏସପିଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏସପିଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
Comments are closed.