Latest Odisha News

ପରିବର୍ତନ ହେଲା ଟିମ ଇଣ୍ଡିଆର ଜର୍ସି

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଜର୍ସିରେ ପରିବର୍ତନ ହୋଇଛି । ଲେଗସ୍ପିନର ୟୁଜଭେନ୍ଦ୍ର ଚହଲ ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେବା ସହ ଫଟୋ ଶେୟାର କରିଛନ୍ତି । ଜାନୁୟାରୀ ୩ରୁ ଏହି ସିରିଜ ଆରମ୍ଭ ହେବ । ପ୍ରଥମ ମ୍ୟାଚ ମୁମ୍ବାଇରେ ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯିବ । ଦ୍ୱିତୀୟ ଓ ତୃତୀୟ ମ୍ୟାଚ ଯଥାକ୍ରମେ ପୁଣେ ଓ ରାଜକୋଟରେ ୫ ଏବଂ ୭ ତାରିଖରେ ଖେଳାଯିବ । ଶେୟାର କରାଯାଇଥିବା ଫଟୋରେ ଚହଲଙ୍କ ସହ ଉମରାନ ମଲ୍ଲିକ, ଅର୍ଶଦୀପ ସିଂ, ମୁକେଶ କୁମାର ଓ ରିତୁରାଜ ଗାଏକ୍ୱାଡ ରହିଛନ୍ତି । ନୂତନ ଜର୍ସିରେ କିଲର ଲେଖାଥିବା ଦେଖିବାକୁ ମିଳିବ । ପୂର୍ବରୁ ଏମପିଏଲ ସ୍ପୋର୍ଡ୍ସ ପାଖରେ ଏହି ରାଇଟ୍ସ ଥିଲା ।

BjdElectrycity

ଟିମ ଇଣ୍ଡିଆ: ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଈଶାନ କିଶାନ, ରିତୁରାଜ ଗାଏକ୍ୱାଡ, ଶୁଭମନ ଗିଲ, ଦୀପକ ହୁଦା, ରାହୁଲ ତ୍ରିପାଠୀ, ସଞ୍ଜା ସାମସନ, ୱାଶିଂଟନ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ଉମରାନ ମଲିକ, ଶିବମ ମାବୀ ଓ ମୁକେଶ କୁମାର ।

Leave A Reply

Your email address will not be published.