Latest Odisha News

BREAKING NEWS

ନକଲି ଡାକ୍ତର ହାତରେ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ

ନବରଙ୍ଗପୁର: ନକଲି ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଯୋଗୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାତିଗାଁ ପଂଚାୟତ ର କଙ୍ଗାଧୋଗରି ଗ୍ରାମରେ ଘଟିଛି ଏହି ଘଟଣା । ମୃତ ଗର୍ଭବତୀଙ୍କ ନାମ ଅନିତା ବୋଲି ଜଣାପଡିଛି । ଗର୍ଭବତୀ ଅନିତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଦେହ ଖରାପ ହେବାରୁ ରବିବାର ଦିନ ଜଣେ ନକଲି ଡାକ୍ତର ତାଙ୍କୁ ଇଞ୍ଜେକ୍ସନ ଦେଇଥିବା କୁହାଯାଇଛି ।ଉକ୍ତ ନକଲି ଡାକ୍ତର ଜଣକ ହେଲେ ରାଇଘର ବ୍ଲକ ଦାସପୁର ଗ୍ରାମର ନନ୍ଦୁରମ୍ ଗୋଣ୍ତ । ଯିଏ କି ନିଜକୁ ଜଣେ ଡାକ୍ତରର ପରିଚୟ ଦେଇ ନକଲି ସାର୍ଟିଫକେଟ ସାଥିରେ ଧରି ଗାଁ ଗାଁ ବୁଲି ନିରୀହ ଲୋକୋଙ୍କୁ ଠକି ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି ।

ନକଲି ଡାକ୍ତରଙ୍କ ଇଞ୍ଜେକ୍ସନ ଓ ଔଷଧରୁ କିଛି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ମହିଳା ଜଣଙ୍କ ସ୍ଥାନୀୟ ଆଶାକର୍ମୀ କୁ ଜଣାଇଥିଲେ । ଆଶା କର୍ମୀଙ୍କ ସହାୟତାରେ ଅନିତା ରାଇଘର ମେଡିକାଲରେ ପହଞ୍ଚିଥିଲେ । ତେବେ ଅନିତାଙ୍କ ଅବସ୍ଥା ଗୁରୁତର ହେବାରୁ ଗତ କାଲି ସନ୍ଧ୍ୟାରେ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ଅନିତାଙ୍କୁ ମୃତ ଘୋଷଣା କରିଛନ୍ତି । ରାଇଘର ପୋଲିସ ପହଂଚି ଶବକୁ ବ୍ୟବଚ୍ଛେଦ କରି ଘଟଣା ର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.