Latest Odisha News

BREAKING NEWS

ଯାଜପୁରରେ ବଧୂ ହତ୍ୟା ଅଭିଯୋଗ

ଯାଜପୁର: ଯାଜପୁରରେ ବଧୂ ହତ୍ୟା । ମଙ୍ଗଳପୁର ଥାନା ମହାନ୍ତି ପାଟଣା ଗାଁ ରେ ବଧୂ ହତ୍ୟା ଅଭିଯୋଗ । ମୃତ ମହିଳା ଜଣକ ହେଲେ ଭାଷ୍କର ବେହେରାଙ୍କ ପତ୍ନୀ ବବିତା ବେହେରା । ବବିତାଙ୍କୁ ସ୍ୱାମୀ ଓ ଶାଶୁ ଘର ଲୋକେ ମିଳିମିଶି ହତ୍ୟା କରିଥିବା ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଛି । ଗତକାଲି ବବିତାଙ୍କ ଦେହ ଖରାପ ଥିବା ଖବର ପାଇ ବାପ ଘର ଲୋକେ ମେଡିକାଲରେ ପହଁଚିବା ପରେ ବବିତାଙ୍କ ମୃତ୍ୟୁ ହୋଇଥିଲା ।

ଏହା ଏକ ହତ୍ୟାକାଣ୍ଡ ବୋଲି ବବିତାଙ୍କ ବାପ ଘର ଲୋକେ ଅଭିଯୋଗ ଆଣିଛନ୍ତି। ସେପଟେ ମଙ୍ଗଳପୁର ପୋଲିସ ଯାଜପୁର ଚିକିତ୍ସାଳୟରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ କହିଛନ୍ତି।

ଗତ ୫ ବର୍ଷ ହେବ ବିବାହ କରିଥିବା ବବିତା। ବିବାହ ପରଠାରୁ ଶାଶୁଘରେ ନିର୍ଯ୍ୟାତନାର ଶିକାର ହେଉଥିଲେ। ପୂର୍ବରୁ ମଧ୍ୟ ପାରିବାରିକ କଳହ ମାମଲାର ଥାନାରେ ସମାଧାନ ହୋଇଥିଲା ବୋଲି ଜଣାପଡ଼ିଛି।

Leave A Reply

Your email address will not be published.