ମୁମ୍ବାଇ: ପ୍ରଭାବଶାଳୀ ଅନ୍ତରାଷ୍ଟ୍ରୀୟ ମହିଳା ତାଲିକାରେ ସ୍ଥାନ ପାଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ଏବେ ସବୁଠି ତାଙ୍କର ଢେର ପ୍ରଶଂସା । ଏହି ସଫଳତା କାରଣରୁ ସୋସିଆଲ ମିଡ଼ିଆରେ ଖୁବ୍ ପଜେଟିଭ୍ କମେଣ୍ଟ ପାଉଛନ୍ତି ଆଲିଆ । ନିକଟରେ ପ୍ରକାଶ ପାଇଛି ଭେରାଇଟି ୨୦୨୩ର ପ୍ରଭାବଶାଳୀ ମହିଳା ତାଲିକା । ବିଶ୍ୱର ବିଭିନ୍ନ ସ୍ଥାନର ପ୍ରଭାବଶାଳୀ ମହିଳାଙ୍କୁ ନେଇ ଓ ଏହାର ବିଭିନ୍ନ ଦିଗକୁ ତର୍ଜମା କରି ଏହି ତାଲିକା ପ୍ରସ୍ତୁତ କରାଯାଇଥାଏ । ସେ ଦୃଷ୍ଟିରେ ଏହି ତାଲିକାରେ ସ୍ଥାନିତ ହେବା ଏକ ଗର୍ବର ବିଷୟ ବୋଲି ବିବେଚନା କରାଯାଏ । ସୁଖର କଥା ହେଲା, ୨୦୨୩ ପାଇଁ ପ୍ରକାଶିତ ଏହି ତାଲିକାରେ ଅନ୍ୟ ବିଭିନ୍ନ ବର୍ଗର ମହିଳାଙ୍କୁ ପଛରେ ପକାଇ ଆଲିଆ ସ୍ୱତନ୍ତ୍ର ସ୍ଥାନ ପାଇଛନ୍ତି । ଏହି ଲିଷ୍ଟରେ ଆଲିଆଙ୍କ ସହ ବିଶ୍ୱର ବିଭିନ୍ନ ପ୍ରଭାବଶାଳୀ ମହିଳାଙ୍କୁ ତର୍ଜମା କରାଯାଇଥିଲା ।
BREAKING NEWS
- ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ୪ ବସ୍ ଜବତ…ଥିଲା ନକଲି ନମ୍ବର ପ୍ଲେଟ୍, ଲାଗିଲା ମୋଟା ଫାଇନ
- ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ;୪ ହଜାର ଟଙ୍କା ନେଇଯାଇଥିବା ସନ୍ଦେହରେ ବନ୍ଧୁକୁ ହତ୍ୟା
- Naxalites Surrender:୫୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ;ମୁଣ୍ଡରେ ରହିଛି ୧କୋଟି୪୧ ଲକ୍ଷ
- Iran tensions: ଇସ୍ରାଏଲ ଯାତ୍ରା ନେଇ ଆଡଭାଇଜରୀ ଜାରି କଲା ଭାରତ
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ
- ମିଶନ ଶକ୍ତି ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦ ମଧ୍ୟରେ ବୁଝାମଣା, ୪୦୦୦ ମହିଳାଙ୍କୁ ମିଳିବ…
- ପାଲକ ପନିରକୁ ନେଇ ବିବାଦ, ଭାରତୀୟ ଛାତ୍ରଙ୍କୁ ମିଳିଲା ୧.୮ କୋଟି…
- Indian coast guard: ଭାରତୀୟ ଜଳସୀମାରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଡଙ୍ଗା ଜବତ, ୯ ଗିରଫ
- ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..
- group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ
Comments are closed.