Latest Odisha News

BREAKING NEWS

୧୧ ମାସର ଶିଶୁକୁ ସିଗାରେଟ୍ ପିଆଇଲେ ମାଆ: ସୋସିଆଲ ମିଡ଼ିଆରେ ମାଗିଲେ କ୍ଷମା

ଧୂମପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । କିଶୋର ହୁଅନ୍ତୁ ବା ବୟସ୍କ, ଏହା ସମସ୍ତଙ୍କ ପାଇଁ ଲାଭଦାୟକ ନୁହେଁ । ଏଭଳି ପରିସ୍ଥିତିରେ ଧୂମପାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥାଏ । ହେଲେ ଜଣେ ମହିଳା ତାଙ୍କ ୧୧ ମାସର ଶିଶୁକୁ ସିଗାରେଟ୍ ପିଆଉଥିବାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓ ଦେଖି ଅନେକ ନିଜର ପ୍ରତିକ୍ରିୟା ପ୍ରକାଶ କରିବାରୁ ମହିଳାଙ୍କ ଜଣକ ଶେଷରେ କ୍ଷମା ପ୍ରାର୍ଥନା କରିଛନ୍ତି ।

ଜଣେ ମହିଳା ତାଙ୍କ ଶିଶୁକୁ ସିଗାରେଟ୍ ପିଆଉଛନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ଘଟଣାର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ପରେ ତାହାକୁ ସୋସିଆଲ ମିଡ଼ିଆରେ ସେୟାର ବି କରାଯାଇଥିଲା । ଘଟଣାଟି ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ୍ସ ଅଞ୍ଚଳର । ଭିଡ଼ିଓରେ ଦେଖିବାକୁ ମିଳିଛି, ମହିଳା ଜଣକ ତାଙ୍କ ଶିଶୁକୁ କୋଳରେ ଧରିଛନ୍ତି । ପରେ ଏକ ଜଳନ୍ତା ସିଗାରେଟକୁ ଶିଶୁଟିର ପାଟିରେ ଦେଉଛନ୍ତି । ଶିଶୁଟି ସିଗାରେଟ ପିଇବା ପରେ କାଶିବାକୁ ଲାଗୁଛିି । ଏପରି ଦେଖି ପାଖରେ ଥିବା ବାପା ମା ହସୁଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ବହୁ ଭ୍ୟୁର୍ସ ଶିଶୁର ମା’ଙ୍କୁ କଡ଼ା ଶବ୍ଦରେ ସମାଲୋଚନା କରିଥିଲେ । ପରେ ମହିଳା ଜଣକ ଦୁଃଖ ପ୍ରକାଶ କରିବା ସହ ନିଜର ଭୁଲ ପାଇଁ ସୋସିଆଲ ମିଡ଼ିଆରେ କ୍ଷମା ପ୍ରାର୍ଥନା କରିଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ମହିଳାଙ୍କୁ ପଚରାଉଚରା କରିଥିବା ଜଣାଯାଇଛି ।

Leave A Reply

Your email address will not be published.