Latest Odisha News

BREAKING NEWS

ବଜାରରେ ବଢ଼ୁଛି ମୋଦୀ-ରାହୁଲ ମାସ୍କର ଚାହିଦା

ଭୋପାଲ: ଦେଶରେ ଦିନକୁ ଦିନ କାୟା ମେଲାଇବାରେ ଲାଗିଛି କରୋନା । ଏହି କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ନିହାତି ଜରୁରୀ । ପ୍ରତ୍ୟେକ ଲୋକ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏନେଇ ସକରାର ମଧ୍ୟ ଗାଇଡଲାଇନ୍ ଜାରି କରିଛନ୍ତି । ତେବେ ଏପରି ସମୟରେ ଲୋକଙ୍କ ଚାହିଦାକୁ ଦେଖି ବଜାରକୁ ଆସିଛି ମୋଦୀ-ରାହୁଲ ମାସ୍କ । ଏହି ମାସ୍କଟି ଦେଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ମୁହଁ ପରି । ଏବେ ଏହି ମାସ୍କର ଚାହିଦା ବଢ଼ିବାରେ ଲାଗିଛି । ଗ୍ରାହକମାନେ ଏହାକୁ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି ।

ଏପରି ଏକ ନିଆରା ମାସ୍କକୁ ଭୋପାଲର ଜଣେ ବ୍ୟକ୍ତି ତିଆରି କରିଛନ୍ତି । ତାଙ୍କ ନାମ କୁନାଲ ପରିୟାନି । ସେ ସାଧାରଣ କପଡାରେ ମାସ୍କ ତିଆରି କରି ସେଥିରେ ମୋଦୀ ଏବଂ ରାହୁଲ ଗାନ୍ଧୀଙ୍କ ଫଟୋ ଚିତ୍ର ପ୍ରିଂଟ କରିଛନ୍ତି ।ତେବେ ସେ କେବଳ ମୋଦୀ ରାହୁଲ ନୁହେଁ ବିଭିନ୍ନ ରାଜନୈତକ ଦଳର ନେତାଙ୍କ ଫଟୋ ଚିତ୍ର ଥିବା ମାସ୍କ ମଧ୍ୟ ତିଆରି କରିଛନ୍ତି ।

ଏପର୍ଯ୍ୟନ୍ତ ପ୍ରାୟ ୫ଶହରୁ ୧ ହଜାର ମାସ୍କ ସେ ବିକ୍ରି କରିସାରିଲେଣି । ଏହି ମାସ୍କକୁ ନେଇ ଲୋକଙ୍କ ଚାହିଦା ବଢ଼ୁଥିବା ଯୋଗୁଁ ଆଗକୁ ଏପରି ଆହୁରି ମାସ୍କ ତିଆରି କରିବେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.