Latest Odisha News

BREAKING NEWS

ମନ୍ଦିର ଭିତରେ କେମିତି ହେବ ମହାପ୍ରଭୁଙ୍କ ରଥ ନୀତି: ରଘୁନାଥ ମହାପାତ୍ର

ପୁରୀ: ଶ୍ରୀମନ୍ଦିର ଭିତରେ କେମିତି ହେବ ମହାପ୍ରଭୁଙ୍କ ରଥଯାତ୍ରା ନୀତିକାନ୍ତି । ଏନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରଘୁନାଥ ମହାପାତ୍ର । ରଥ ଉପରେ ହେଉଥିବା ଅଧରପଣା ନୀତି ଓ ଛେରା ପହଁରା କେଉଁଠି କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ପୁରୀକୁ ଚାରିପଟୁ ସିଲ କରି ରଥଯାତ୍ରା କରାଇବା ପାଇଁ ପ୍ରସ୍ତାବ ଦେଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି । ହେଲେ ରଥ ଯାତ୍ରା ସମୟରେ ପୁରୀରେ ୧୦ ଲକ୍ଷ ଲୋକ ଦେବେ ବୋଲି ସରକାର ସୁପ୍ରିମକୋର୍ଟରେ କହିଥିବା ସେ ଅଭିଯୋଗ କରିଛନ୍ତି ।

ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ । ଏନେଇ ଗୁରୁବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଏହି ରାୟର ପୁନଃବିଚାର ପାଇଁ ସର୍ବୋଚ୍ଚ ଅଦାଲତରେ ଏକାଧିକ ଆବେଦନ ହୋଇଛି । ଏହି ସମସ୍ତ ଆବେଦନର ଶୁଣାଣି ଆସନ୍ତା ସୋମବାର ସର୍ବୋଚ୍ଚ ଅଦାଲତ କରିବେ ।

Leave A Reply

Your email address will not be published.