Latest Odisha News

BREAKING NEWS

କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାର କର୍ମଚାରୀଙ୍କୁ କରୋନା, ସିଲ୍ ହେଲା ବ୍ଲଡ ବ୍ୟାଙ୍କ

ଭୁବନେଶ୍ୱର: ଆଜି ରାଜଧାନୀରୁ ୧୯ଟି ନୂଆ କରୋନା ମାମଲା ସମ୍ନାକୁ ଆସିଛି । ସେଥିମଧ୍ୟରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ବ୍ଲକ ବ୍ୟାଙ୍କକୁ୨୪ ଘଂଟା ପାଇଁ ସିଲ୍ କରାଯାଇଛି । ସମ୍ପୃକ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି ସମ୍ପୃକ୍ତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀଙ୍କୁ କ୍ୱାରେଂଟିନ୍ ସେଂଟରକୁ ପଠାଯାଇଛି । ଏଥିସହ ସମ୍ପୂର୍ଣ୍ଣ ହସ୍ପିଟାଲର ବ୍ଲଡ ବ୍ୟାଙ୍କକୁ ସାନିଟାଇଜ କରାଯାଇଛି ।

ଆଜି ଭୁବନେଶ୍ୱରରୁ ୧୫ଟି ଲୋକାସ କେସ୍ ସହ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୯ ଜଣଙ୍କ ମଧ୍ୟରେ ୪ଜଣ ରେଲୱେ କର୍ମଚାରୀ ଥିବା ଜଣାପଡିଛି । ସମସ୍ତେ ଦିଲ୍ଲୀ ଫେରନ୍ତା । ସେହିପରି ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିହ୍ନଟ ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସି ୬ ଜଣ ହସ୍ପିଟାଲ କର୍ମଚାରୀ କରୋନା ପିଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ଆଉ ଏକ ଘରୋଇ ହସ୍ପିଟାଲରେ ଚିହ୍ନଟ ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସି ୨ ଜଣ ହସ୍ପିଟାଲ କର୍ମଚାରୀ କରୋନା ପିଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.