Latest Odisha News

ଭତ୍ତା ବଣ୍ଟନ ସମସ୍ୟା ଖୁବଶୀଘ୍ର ସମାଧାନ ହେବ: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର: ଭତ୍ତା ପାଇବାରେ ବିଳମ୍ବ ଓ ବିଭିନ୍ନ ପ୍ରକାର ଟେକ୍ନିକାଲ ସମସ୍ୟାକୁ ନେଇ ରାଜ୍ୟର ହଜାର ହଜାର ହିତାଧିକାରୀ ଚିନ୍ତାରେ ଥିବାବେଳେ ଏହା ଭିତରେ ବଡ଼ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏକ ସପ୍ତାହ ଭିତରେ ଭତ୍ତା ସମସ୍ୟାର ସମାଧାନ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ଏହା କେବଳ ଓଡ଼ିଶାର ସମସ୍ୟା ନୁହେଁ, ବରଂ ଦେଶର ଅନେକ ରାଜ୍ୟ ଏହି ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଭତ୍ତା ବ୍ୟବସ୍ଥା ସହ ଜଡିତ ସଫ୍ଟୱେରରେ ଆବଶ୍ୟକ ପରିବର୍ତ୍ତନ ଓ ଉନ୍ନତିକରଣ କାମ ଚାଲିଛି । ଏହି ପ୍ରକ୍ରିୟା ପ୍ରାୟ ଶେଷ ପର୍ଯ୍ୟାୟରେ ଥିବା ବେଳେ ଆସନ୍ତା ଏକ ସପ୍ତାହ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି । .

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସଫ୍ଟୱେର ତ୍ରୁଟି ଯୋଗୁଁ ଯେଉଁ ହିତାଧିକାରୀଙ୍କ ଭତ୍ତା ବକେୟା ରହିଯାଇଛି, ସମସ୍ୟା ସମାଧାନ ପରେ ସେମାନଙ୍କୁ ସମସ୍ତ ବକେୟା ଟଙ୍କା ଏକକାଳୀନ ଭାବେ ପ୍ରଦାନ କରାଯିବ ।

Leave A Reply

Your email address will not be published.