Latest Odisha News

ତେଲୁଗୁ ସୁପରଷ୍ଟାର୍‌ ଅଲୁ ଅର୍ଜୁନ କରୋନା ପଜିଟିଭ

ଚେନ୍ନାଇ: ତେଲୁଗୁ ସୁପରଷ୍ଟାର୍‌ ଅଲୁ ଅର୍ଜୁନ କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ଅଲୁ ଅର୍ଜୁନ ସୋସିଆଲ ମିଡିଆକୁ ପ୍ରଶଂସକଙ୍କୁ ସୂଚନା ପ୍ରଦାନ କରିଛନ୍ତି। ତାଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ଏବେ ହୋମ୍ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ଏହାଛଡ଼ା ସେ ତାଙ୍କ ପ୍ରଶଂସକମାନଙ୍କୁ ଘରେ ନିରାପଦରେ ରହିବାକୁ ଏବଂ ଟିକାକରଣ କରିବାକୁ ପରାମର୍ଶ ଦେଇଛନ୍ତି।

ସେ ଟୁଇଟ୍ କରି କହିଛନ୍ତି ଯେ, “ସମସ୍ତଙ୍କୁ ନମସ୍କାର! ମୋର କୋଭିଡ୍‌ ରିପୋର୍ଟ ପଜିଟିଭ ଆସିଛି। ମୁଁ ଘରେ ପୃଥକ୍‌ ରହିଛି। ଏହାସହିତ ସମସ୍ତ ପ୍ରୋଟୋକଲଗୁଡିକ ଅନୁସରଣ ମଧ୍ୟ କରୁଛି। ଯେଉଁମାନେ ମୋ ସହିତ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ କୋଭିଡ୍‌ ପରୀକ୍ଷା କରିବାକୁ ମୁଁ ଅନୁରୋଧ କରୁଛି।

Comments are closed.