Latest Odisha News

BREAKING NEWS

ଘୋଷଣା ହେଲା ‘ପୁଷ୍ପା ୨’ର ନୂଆ ରିଲିଜ୍ ତାରିଖ, ରେକର୍ଡ ଭାଙ୍ଗିବାକୁ ମେକର୍ସଙ୍କ ପ୍ଲାନ୍

ମୁମ୍ବାଇ‌: ବହୁ ପ୍ରତୀକ୍ଷିତ ଦକ୍ଷିଣ ଭାରତୀୟ ଫିଲ୍ମ‘ପୁଷ୍ପା ୨ ଦି ରୁଲ’ର ନୂଆ ରିଲିଜ୍‌ ତାରିଖ ଘୋଷଣା ହୋଇଛି। ଏହି ଫିଲ୍ମଟି ପୂର୍ବରୁ ଡିସେମ୍ବର ୬ ତାରିଖରେ ରିଲିଜ ହେବାର ଥିଲା, କିନ୍ତୁ ଅଲୁ ଅର୍ଜୁନ ନିଜେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜାରି କରି ନୂଆ ରିଲିଜ୍ ତାରିଖ ଘୋଷଣା କରିଛନ୍ତି।

କିଛି ସମୟ ପୂର୍ବରୁ ପୁଷ୍ପା-୨ ର ପୋଷ୍ଟର ସେୟାର କରି ଅଲୁ ଅର୍ଜୁନ ନୂଆ ତାରିଖ ପ୍ରକାଶ କରିଛନ୍ତି। ଏହି ପୋଷ୍ଟରରେ ଅଲୁ ଅର୍ଜୁନ ପାଟିରେ ସିଗାରେଟ୍ ଏବଂ ହାତରେ ପିସ୍ତଲ ଧରି ଠିଆ ହୋଇଥିବା ନଜର ଆସିଛନ୍ତି। ପୋଷ୍ଟର କ୍ୟାପସନରେ ଅଭିନେତା ହ୍ୟାସଟ୍ୟାଗ ବ୍ୟବହାର କରି ଲେଖିଛନ୍ତି, “ପୁଷ୍ପା ଦି ରୁଲ” ଆସନ୍ତା ଡିସେମ୍ବରରେ ଆସୁଛି।

୨୦୨୧ ମସିହାରେ ଆସିଥିବା ପୁଷ୍ପା ଫ୍ରାଞ୍ଚାଇଜ୍ ର ଦ୍ୱିତୀୟ ଭାଗ ପୂର୍ବରୁ ୬ ଡିସେମ୍ବର ୨୦୨୪ ରେ ମୁକ୍ତିଲାଭ କରିବ ବୋଲି ପ୍ରକାଶ ପାଇଥିଲା। ଅବଶ୍ୟ, ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରାଯାଇଛି ଏବଂ ନିର୍ଦ୍ଧାରିତ ରିଲିଜ୍ ତାରିଖର ଦିନକ ପୂର୍ବରୁ ଅର୍ଥାତ୍ ଡିସେମ୍ବର ୫ରେ ଏହା ମୁକ୍ତଲାଭ କରିବ।

ନିର୍ମାତାଙ୍କ ଏହି ନିଷ୍ପତ୍ତି ଚଳଚ୍ଚିତ୍ରକୁ ଲାଭ ଦେଇପାରେ କାରଣ ଯଦି ଫିଲ୍ମ ୬ରେ ରିଲିଜ ହୋଇଥାନ୍ତା ତେବେ ସପ୍ତାହକ ପୂର୍ବରୁ ଏହାର ଗୋଟିଏ ଦିନ ମିଳିଥାନ୍ତା, କିନ୍ତୁ ଫିଲ୍ମ ଶୁକ୍ରବାର ପରିବର୍ତ୍ତେ ୫ ଡିସେମ୍ବର ଗୁରୁବାର ଦିନ ମୁକ୍ତିଲାଭ କରିବ। ଯେଉଁଥିପାଇଁ ଫିଲ୍ମଟି ୱିକେଏଣ୍ଡ ପୂର୍ବରୁ ଅର୍ଥାତ୍ ୨ଦିନ ପୂର୍ବରୁ ରିଲିଜ ହେବ ଏବଂ ବକ୍ସ ଅଫିସରେ ଧମାଲ କରିବ।

ଯେଉଁଠାରୁ ପୂର୍ବ ଚଳଚ୍ଚିତ୍ରର କାହାଣୀ ଶେଷ ହୋଇଥିଲା ସେଠାରୁ ଆରମ୍ଭ ହେବ ପୁଷ୍ପା-୨। ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହେବା ପରଠାରୁ ଦର୍ଶକଙ୍କ ମଧ୍ୟରେ ଏକ କ୍ରେଜ ରହିଛି। ଏହି ଚଳଚ୍ଚିତ୍ରଟି ଜଣେ ସାଧାରଣ ଲୋକରୁ ବ୍ରାଣ୍ଡ ହେବାର କାହାଣୀ କହିଥାଏ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଲୁ ଅର୍ଜୁନ-ରଶ୍ମିକା ମନ୍ଦନା ନଜର ଆସିବେ। ଏହା ବ୍ୟତୀତ ଫହାଦ୍ ଫାସିଲ ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ନଜର ଆସିବେ। ପ୍ରିୟମଣି, ଶ୍ରୀତେଜ ଏବଂ ଅନୁସୁଆ ଭରଦ୍ୱାଜ ମଧ୍ୟ ଏହି ଚଳଚ୍ଚିତ୍ରର ଏକ ଅଂଶ।

Leave A Reply

Your email address will not be published.