Latest Odisha News

BREAKING NEWS

ଆଲୋକ ବର୍ମା ପୁନର୍ବାର ସିବିଆଇ ମୁଖ୍ୟ ପଦବୀରୁ ହଟିଲେ

ନୂଆଦିଲ୍ଲୀ: ସିବିଆଇ ମୁଖ୍ୟ ପଦରୁ ଆଲୋକ ବର୍ମାଙ୍କୁ ପୁଣି ଥରେ ଗୁରୁବାର ଦିନ ହଟାଇ ଦିଆଯାଇଛି । ପୂର୍ବରୁ ତାଙ୍କୁ ଏହି ପଦବୀରୁ ହଟାଇ ଦିଆଯିବା ପରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ସେ ମଧ୍ୟର ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ତେବେ ଏନଡ଼ିଟିଭି ନ୍ୟୁଜ ଚ୍ୟାନେଲର ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ତିନି ଜଣିଆ ପ୍ୟାନେଲ ତାଙ୍କୁ ଏହି ପଦରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ନିୟମାନୁଯାୟୀ, ସିବିଆଇ ମୁଖ୍ୟ ପଦବୀରେ ଜଣେ ସାଧାରଣତଃ ୩ ବର୍ଷ ପର୍ଯ୍ୟନ୍ତ ଅବସ୍ଥାପିତ ହୋଇପାରିବେ । କେନ୍ଦ୍ର ସରକାରଙ୍କ ଦ୍ୱାରା ତାଙ୍କୁ ହଠାତ୍ ଛୁଟି ନେଇ ଯିବାକୁ ନିର୍ଦ୍ଦେଶ ଦିଆଯିବା ପରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତକାଲି ସୁପ୍ରିମକୋର୍ଟ ତାଙ୍କ ରାୟ ପ୍ରକାଶ କରି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଥିଲେ । ଏଥିସହିତ ସୁପ୍ରିମକୋର୍ଟ ତାଙ୍କର ଶୁଣାଣିରେ ସିବିଆଇ ମୁଖ୍ୟ ପଦବୀରେ ପୁନଃ ଅବସ୍ଥାପିତ ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏନଡ଼ିଟିଭି ଚ୍ୟାନେଲର ସଦ୍ୟ ରିପୋର୍ଟ ଅନୁଯାଇ, ଯେଉଁ କମିଟି ଆଲୋକ ବର୍ମାଙ୍କୁ ତାଙ୍କ ପଦବୀରୁ ହଟାଇବାର ନିଷ୍ପତ୍ତି ନେଇଛନ୍ତି ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ତଥା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ସଦସ୍ୟ ଭାବେ ରହିଛନ୍ତି । ତେବେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ତାଙ୍କ ବଦଳରେ ବିଚାରପତି ଜଷ୍ଟିସ ଏ କେ ସିକ୍ରୀଙ୍କୁ ଆଜିର ବୈଠକ ଲାଗି ମନୋନୀତ କରିଥିଲେ ।

ଦେଶର ଅଗ୍ରଣୀ ଗଣମାଧ୍ୟମ ଇକୋନୋମିକ ଟାଇମ୍ସଙ୍କ ପ୍ରକାଶିତ ସୂଚନାନୁଯାୟୀ, ଏହି ପ୍ୟାନେଲ ବର୍ମାଙ୍କୁ ଦୁର୍ନୀତି ମାମଲାରେ ତାଙ୍କ ପଦବୀରୁ ବହିଷ୍କୃତ କରିଛନ୍ତି ।

Leave A Reply

Your email address will not be published.