Latest Odisha News

BREAKING NEWS

କାଳିଆ, ନବୀନଙ୍କ ଲାଗି ସଞ୍ଜିବନୀ ସଦୃଶ: ନିରଞ୍ଜନ

ଭୁବନେଶ୍ୱର: ଓଡ଼ିଶାର କୃଷକଙ୍କ ହିତସାଧନ ନିମନ୍ତେ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘କାଳିଆ’ ଯୋଜନା ଘୋଷଣା କରାଯାଇ କାର୍ଯ୍ୟକାରୀ ହୋଇଛି । ଏହି ପରିପ୍ରେକ୍ଷୀରେ ‘କାଳିଆ’ ଯୋଜନା ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ କହିଛି ଏହି ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲାଗି ଜୀବନ ସଞ୍ଜିବନୀ ସଦୃଶ ।

“ ସଦ୍ୟ ସମାପ୍ତ ହୋଇଥିବା ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ନିର୍ବାଚନ ଫଳାଫଳ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳବିଳମ୍ବ ନକରି ଚାଷୀଙ୍କ କ୍ରୋଧର ବଶବର୍ତ୍ତୀ ନହେବାକୁ ଏହି ଯୋଜନା ପ୍ରସ୍ତୁତ କରିଛନ୍ତି, ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି” ।

ଏହି ଯୋଜନା ଅନ୍ତର୍ଗତ କ୍ଷୁଦ୍ର ଓ ସାଧାରଣ ଚାଷୀଙ୍କୁ ଫର୍ମ ବିକ୍ରୟ କରିବାକୁ ସୁବିଧା ପ୍ରଦାନ କରିବା ପରେ ଏଥିରେ ପ୍ରବଳ ଅର୍ଥ ହେରଫେର ହେବାର ସମ୍ଭାବନା ଦେଖାଯାଇଛି ବୋଲି ନିରଞ୍ଜନ କହିଛନ୍ତି ।

ବାମପନ୍ଥୀ ଦଳଗୁଡ଼ିକ ସହିତ ବିଜୁ ଜନତା ଦଳ ନେତାମାନଙ୍କର ଲଗାତର ବୈଠକ ନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ସେମାନଙ୍କ ସହିତ ତାଙ୍କର ସବୁବେଳେ ଘନିଷ୍ଠତା ରହିଛି ।

ଏହି ମାମଲାରେ ତାଙ୍କ ଦଳ କ’ଣ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ରାଜ୍ୟ କଂଗ୍ରେସ ଦଳ ପାର୍ଟି ସୁପ୍ରିମୋଙ୍କ ନିଦ୍ଦେଶାନୁସାରେ କାର୍ଯ୍ୟ କରିବ ।

Leave A Reply

Your email address will not be published.