Latest Odisha News

BREAKING NEWS

ମହିଳାଙ୍କ ଲାଗି ନବୀନଙ୍କ ୩୩ % ସଂରକ୍ଷଣ ପ୍ରସ୍ତାବକୁ ଶରଦ ପାୱାରଙ୍କ ପ୍ରଶଂସା

ଭୁବନେଶ୍ୱର: ସଂସଦ ତଥା ସମସ୍ତ ରାଜ୍ୟ ବିଧାନସଭାରେ ମହିଳାମାନଙ୍କ ଲାଗି ୩୩ % ସଂରକ୍ଷଣ ଲାଗି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)ର ଅଧ୍ୟକ୍ଷ ତଥା ରାଜ୍ୟସଭା ସଦସ୍ୟ ଶରଦ ପାୱାର ପ୍ରଶଂସା କରିବା ସହିତ ସମର୍ଥନ କରିବାକୁ ଆଶ୍ୱାସନା ଦେଇଛନ୍ତି ।

ଏସମ୍ପର୍କରେ ଜାନୁଆରୀ ୧ ତାରିଖ ଦିନ ନବୀନଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିବା ସହିତ ସାଧୁବାଦ ଜଣାଇ ଏକ ପତ୍ରରେ ଉଲ୍ଲେଖ କରିଛନ୍ତି ଶରଦ ପାୱାର । ତାଙ୍କ ଦଳ ମଧ୍ୟ ସଶକ୍ତିକରଣକୁ ଦୃଷ୍ଟିରେ ରଖି ମହିଳାଙ୍କ ଲାଗି ଏହି ସଂରକ୍ଷଣ ବ୍ୟବସ୍ଥାକୁ ସମର୍ଥନ କରୁଛି ବୋଲି ନବୀନଙ୍କ ନିକଟକୁ ପଠାଇଥିବା ପତ୍ରରେ ଏନସିପି ଅଧ୍ୟକ୍ଷ ଉଲ୍ଲେଖ କରିଛନ୍ତି ।

ସେ ମଧ୍ୟ ତାଙ୍କ ଚିଠିରେ ଉଲ୍ଲେଖ କରି କହିଛନ୍ତି, ସେ ଯେତେବେଳେ ଚତୁର୍ଥଥର ଲାଗି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରହିଥିଲେ ସେବେ ସେ ମହିଳାଙ୍କ ସଶକ୍ତିକରଣ ଲାଗି ୧୯୯୧ ମସିହାରେ ବିଧାନସଭାରେ ଏସମ୍ପର୍କୀତ ପ୍ରସ୍ତାବ ଆଗତ କରିଥିଲେ । ସେହିପରି ୨୦୧୧ ମସିହାରେ ମଧ୍ୟ ମହାରାଷ୍ଟ୍ର ବିଧାନସଭା ସମସ୍ତ ପୌର ତଥା ପଞ୍ଚାୟତ, ଜିଲ୍ଲାପରିଷଦ ଏବଂ ପଞ୍ଚାୟତ ସମିତିର ବିଭିନ୍ନ ନିର୍ବାଚନରେ ସର୍ବସମ୍ମତ ଭାବେ ମହିଳାଙ୍କ ଲାଗି ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ପାରିତ ହୋଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ, ବରିଷ୍ଠ ବିଜେଡ଼ି ନେତା ବଦ୍ରିନାରାୟଣ ପାତ୍ର ତଥା ଅରୁପ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଡ଼ିସେମ୍ବର ୧୫ ତାରିଖରେ ଶରଦ ପାୱାରଙ୍କ ପୁଣେସ୍ଥ୍ିତ ତାଙ୍କ ବାସଭବନରେ ଭେଟି ଏହି ପ୍ରସ୍ତାବକୁ ସମର୍ଥ କରିବା ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଏକ ପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.