Latest Odisha News

ରାଜନୀତିରୁ ବିଦାୟ ନେଲେ ସାଂସଦ ବାବୁଲ ସୁପ୍ରିଓ

ନୂଆଦିଲ୍ଲୀ: ରାଜନୀତିକୁ ଅଲ୍‌ବିଦା କହିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ଲୋକସଭା ସାଂସଦ ବାବୁଲ ସୁପ୍ରିଓ। ସେ ଶନିବାର ଫେସବୁକ ପୋଷ୍ଟ ମାଧ୍ୟମରେ ଏହାର ଘୋଷଣା କରିଛନ୍ତି ଯେ ସେ ରାଜନୀତି ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହିତ ସେ ସ୍ପଷ୍ଟ କରିଛନ୍ତି ଯେ ସେ ଅନ୍ୟ କୌଣସି ଦଳରେ ଯୋଗ ଦେବେନି।

ଚଳିତ ମାସ ଆରମ୍ଭରେ କ୍ୟାବିନେଟ ସମ୍ପ୍ରସାରଣରେ ବାବୁଲ ସୁପ୍ରିଓଙ୍କୁ ନରେନ୍ଦ୍ର ମୋଦୀ ସରକାରରୁ ହଟାଇବାର କିଛି ସପ୍ତାହ ପରେ ଏହି ନିଷ୍ପତ୍ତି ନେଇଛନ୍ତି ବାବୁଲ ସୁପ୍ରିଓ।

ସେ ନିଜ ପାଇଁ ସମୟ ଆବଶ୍ୟକ କରୁଥିବାରୁ ସେ ରାଜନୀତି ଛାଡିଥିବା କହିଛନ୍ତି। ସେ କହିଛନ୍ତି ଯେ ସାମାଜିକ କାର୍ଯ୍ୟ କରିବା ପାଇଁ ସେ ରାଜନୀତିରେ ଯୋଗ ଦେଇଥିବାବେଳେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଉ ରାଜନୀତିରେ ରହିବା ଆବଶ୍ୟକ ନାହିଁ।

“ମୋର ହୃଦୟରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ପାଇବା ପରେ ମୁଁ ବିଦାୟ ନେଉଛି। ରାଜନୀତିରେ ନ ରହି ମଧ୍ୟ ଜଣେ ସାମାଜିକ କାର୍ଯ୍ୟ କରିପାରିବ। ମୋର ନିଜ ପାଇଁ କିଛି ସମୟ ଦରକାର ମୁଁ ସାଂସଦ ପଦରୁ ଇସ୍ତଫା ଦେଉଛି ବୋଲି କହିଛନ୍ତି କହିଛନ୍ତି ବାବୁଲ ସୁପ୍ରିଓ।

Leave A Reply

Your email address will not be published.