Latest Odisha News

BREAKING NEWS

ଆସିଲା ଅଗଷ୍ଟ ଗାଇଡଲାଇନ୍, ରାଜ୍ୟରେ ଖୋଲିବ ସିନେମା ହଲ୍‌ ଓ ମଲ୍‌

ଭୁବନେଶ୍ବର : ଆସିଲା ଅଗଷ୍ଟ ମାସର କରୋନା ଗାଇଡଲାଇନ୍ । ସ୍ବତନ୍ତ୍ର ରିଲିଫ୍ କମଶନର ପ୍ରଦୀପ ଜେନା କୋଭିଡ ଗାଇଡଲାଇନ୍ ସମ୍ପର୍କରେ ଘୋଷଣା କରିଛନ୍ତି । ନୂଆ ଗାଇଡଲାଇନ ଅନୁସାରେ ଏବେ ଅଗଷ୍ଟ ମାସରେ ଖୋଲିବ ସିନେମା ହଲ୍‌ ଓ ମଲ୍‌ । ୫୦ ପ୍ରତିଶତ ଦର୍ଶକକୁ ନେଇ ଚାଲି ପାରିବ ହଲ୍‌ । ଏହାସହ ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲି ପାରିବ ସପିଂ ମଲ୍‌ ।

ସିନେମା ହଲ ଖୋଲିବା ପାଇଁ ସରକାର ଅନୁମତି ଦେବା ସହିତ ହଲ କର୍ତ୍ତୃପକ୍ଷଙ୍କ ପାଇଁ କିଛି ନିୟମ ଧାର୍ଯ୍ୟ କରାଯାଇଛି । ଗାଇଡ ଲାଇନ୍ ଅନୁସାରେ ଯେଉଁମାନେ ସିନେମା ହଲକୁ ଯିବେ ସେମାନଙ୍କ ପାଇଁ ଟିକା ସାର୍ଟିଫିକେଟ ଜରୁରୀ କରାଯାଇଛି । ଅର୍ଥାତ କରୋନା ଟିକାର ଦୁଇ ଡୋଜ୍ ନେଇଥିଲେ ହିଁ ସିନେମା ହଲ ମଧ୍ୟକୁ ପ୍ରବେଶ କରିବାକୁ ମିଳିବ ଅନୁମତି । ସେହିପରି ଯାତ୍ରା, ଅପେରା ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।

ନୂଆ ଗାଇଡଲାଇନ୍ ଅନୁସାରେ ରାଜ୍ୟରେ ସାପ୍ତାହିକ ହାଟ ଖୋଲା ରହିବ । ଧାର୍ମିକ ପୀଠ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେବେ ଜିଲ୍ଲାପାଳ । ତାଲିମ ଓ ପରୀକ୍ଷା କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି । ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ଖୋଲାଯାଇ ପାରିବ । ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶକୁ ବାରଣ କରାଯାଇଛି । ଅଗଷ୍ଟ ମାସର ଗାଇଡଲାଇନ ସେପ୍ଟେମ୍ୱର ପହିଲା ଯାଏ ଲାଗୁ ହେବ । ସାରା ରାଜ୍ୟରେ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ ।

Leave A Reply

Your email address will not be published.