ଭୁବନେଶ୍ବର:ଯୁକ୍ତିତର୍କରୁ ଯାତ୍ରୀଙ୍କୁ ଆକ୍ରମଣ କଲେ ଆମ ବସ୍ କଣ୍ଡକ୍ଟର । ଭୁବନେଶ୍ବରରେ ଯୁକ୍ତିତର୍କରୁ ଯାତ୍ରୀଙ୍କୁ ଥାପଡ଼ ମାରିଲେ ‘ଆମ ବସ୍’ କଣ୍ଡକ୍ଟର, ଏହିପରି ଅଭିଯୋଗ ହୋଇଛି । OD33AH0166 ଗାଡ଼ିର କଣ୍ଡକ୍ଟର ଏହି ଘଟଣା ଘଟାଇଥିବା ସୂଚନା ରହିଛି । କଣ୍ଡକ୍ଟର ୟୁନିଫର୍ମରେ ଥାଇ ଥାପଡ଼ ମାରିବା ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଛି ।
ୟୁନିଟ-୮ ମାର୍କେଟ ପାଖରେ ଥିବା ବସ୍ ଷ୍ଟପରେ ଘଟଣା ଘଟିଛି ।
ସୂଚନା ମୁତାବକ, କଣ୍ଡକ୍ଟରଙ୍କ ସହିତ ଯୁକ୍ତିତର୍କରେ ରାଗିଯାଇ କଣ୍ଡକ୍ଟର୍ ଯାତ୍ରୀଙ୍କୁ ଆକ୍ରମଣ କରିଥିଲେ । ବସରୁ ବାହାରକୁ ବାହାର କରି ଦେବା ସହିତ କଣ୍ଡକ୍ଟର ଜଣଙ୍କ ବାହାରକୁ ଆସି ଚାପୁଡ଼ା ମାରିଥିଲେ । ରାସ୍ତା କଡ଼ରେ ତାର ଜାଲିରେ ପକାଇ ମାରିବାରୁ ଯାତ୍ରୀଙ୍କ ମୁଣ୍ଡ ଫାଟି ଯାଇଥିଲା । ସ୍ଥାନୀୟ ଲୋକ ଉଦ୍ଧାର କରି ହସ୍ପିଟାଲକୁ ନେଇଛନ୍ତି ।
ଏପଟେ ଆଜିର ୨୮ ନମ୍ବର ରୁଟ୍ ଆମ ବସ୍ ଷ୍ଟପ୍ରେ ଘଟିଥିବା ଘଟଣାକୁ ନେଇ କ୍ରୁଟ୍ ଅତ୍ୟନ୍ତ ଦୁଖିତ ବୋଲି ସୂଚନା ଦିଆଯାଇଛି । ବସ୍ରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ପାଇବାକୁ ଥିବା ଅବଶିଷ୍ଟ ଟିକେଟ୍ ମୂଲ୍ୟକୁ ନେଇ ଗାଇଡ଼୍ ସହିତ ବଚସା ଆରମ୍ଭ ହୋଇଥିଲା। ପରେ ଏହା ମାରପିଟ୍ ଆଡ଼କୁ ଗତି କରିଥିଲା। ୟୁନିଟ୍ ୮ ନିକଟରେ ଘଟିଥିବା ଏଭଳି ଘଟଣା ପରେ ଦାୟିତ୍ୱରେ ଥିବା ଗାଇଡ଼୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରାଯାଇଛି। ଏନେଇ ରେଭିନ୍ୟୁ କଲେକ୍ସନ୍ ଏଜେନ୍ସି (ଆର୍ସିଏ) ପକ୍ଷରୁ ସ୍ଥାନୀୟ ପୁଲିସ୍ ଷ୍ଟେସନ୍ରେ ପ୍ରାଥମିକ ସୂଚନା ରିପୋର୍ଟ ପ୍ରଦାନ କରାଯାଇଛି। କ୍ରୁଟ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଏହା ଉପରେ ଅଧିକ ତଦନ୍ତ ଜାରୀ ରଖିଛନ୍ତିି।
ଆମ ବସ୍ ସହିତ କାର୍ଯ୍ୟ କରୁଥିବା ସମସ୍ତ ଗାଇଡ଼୍ ଏବଂ କ୍ୟାପ୍ଟେନ୍ମାନଙ୍କୁ ନିୟମିତଭାବେ ବ୍ୟବହାର ଓ ସହନଶୀଳତା ଟ୍ରେନିଂ ପ୍ରଦାନ କରାଯାଉଛି। ଏହା ଅଧିନରେ ୧୫୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ ଟ୍ରେନିଂ ଗ୍ରହଣ କରିଛନ୍ତି। ଏଭଳି ଘଟଣାର ପୁନରାବର୍ତ୍ତି ନହେବା ପାଇଁ କ୍ରୁଟ୍ କର୍ତ୍ତୁପକ୍ଷ ଏହା ଉପରେ ଅଧିକ ଧ୍ୟାନ ଦେଉଛନ୍ତି।
Comments are closed.