Latest Odisha News

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୦୬ଟି ପଞ୍ଚାୟତ ପାଇଁ ୨୪.୨୫ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଜିଲ୍ଲାର ୭ଟି ବ୍ଲକ ପାଇଁ ୨୪.୨୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡିକ ହେଲା- ଗଞ୍ଜାମ ଜିଲ୍ଲାର ବେଗୁନିଆପଡା, ରାୟଗଡା ଜିଲ୍ଳାର ଚନ୍ଦ୍ରପୁର, ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ଓ ବଲାଙ୍ଗୀର ସଦର, ଝାରସୁଗୁଡା ଜିଲ୍ଲାର କିରିମିରା, ମୟୁରଭଞ୍ଜ ଜିଲ୍ଲାର ବାରିପଦା ଓ ମୋରଡା ବ୍ଲକ୍ ।

ଆଜି ମୁଖ୍ୟମନ୍ତ୍ରୀ ବେଗୁନିଆପଡା ବ୍ଲକର ୨୨ ଟି ପଞ୍ଚାୟତ ପାଇଁ ୫.୫ କୋଟି ଟଙ୍କାରେ ୧୦୭ ଟି ପ୍ରକଳ୍ପ , ଚନ୍ଦ୍ରପୁର ବ୍ଲକର ୮ଟି ପଞ୍ଚାୟତ ପାଇଁ ୨ କୋଟି ଟଙ୍କାରେ ୧୧୬ ଟି ପ୍ରକଳ୍ପ, ଗୁଡଭେଲା ବ୍ଲକର ୧୩ ଟି ପଞ୍ଚାୟତ ପାଇଁ ୧୭୦ କୋଟି ଟଙ୍କାରେ ୮୪ଟି ପ୍ରକଳ୍ପ, ବଲାଙ୍ଗୀର ସଦର ବ୍ଲକର ୨୫ଟି ପଚାଂୟତ ପାଇଁ ୬.୩୦ କୋଟି ଟଙ୍କାରେ ୨୪୭ଟି ପ୍ରକଳ୍ପ, କିରିମିରା ବ୍ଲକର ୮ ଟି ପଚାଂୟତ ପାଇଁ ୨ କୋଟି ଟଙ୍କାରେ ୪୭ଟି ପ୍ରକଳ୍ପ, ମୋରଡା ବ୍ଲକର ୨୦ଟି ପଚାଂୟତ ପାଇଁ ୪.୮୦ କୋଟି ଟଙ୍କାରେ ୨୨୯ଟି ପ୍ରକଳ୍ପ, ବାରିପଦା ବ୍ଲକର ୧୦ ଟି ପଚାଂୟତ ପାଇଁ ୨.୭୫ କୋଟି ଟଙ୍କାରେ ୪୭ ଟି ପ୍ରକଳ୍ପ, ଏହିପରି ସମୁଦାୟ ୭ଟି ବ୍ଲକର ୧୦୬ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୨୪.୨୫ କୋଟି ଟଙ୍କାରେ ୮୭୭ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ।

ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୮୫ ଟି ବ୍ଲକର ୬୨୧୧ ଟି ଗ୍ରାମ ପଞ୍ଚାୟତ ସହିତ ଆଲୋଚନା ମାଧ୍ୟମରେ ୫୭,୧୦୭ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏପର୍ଯ୍ୟନ୍ତ ବିଭିନ୍ନ ପ୍ରକଳ୍ପ ପାଇଁ ୧୪୨୨.୮୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ଶକ୍ତି ବିଭାଗ ସଚିବ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ଉନ୍ନୟନ କମିଶନର, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.