Latest Odisha News

BREAKING NEWS

ମାଲକାନଗିରିରୁ ୨୨ ଶିଶୁ ଶ୍ରମିକ ଉଦ୍ଧାର

ମାଲକାନଗିରି : ମାଲକାନଗିରି ପୋଲିସ ଓ ଚାଇଲ୍ଡ ଲାଇନ ଅଧିକାରୀଙ୍କ ମିଳିତ ଉଦ୍ୟମରେ ଏକ ଟିମ୍ ଜିଲ୍ଲାର ପଡିଆ ଅଞ୍ଚଳରୁ ୨୨ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନାନୁଯାୟୀ ଏହି ଶିଶୁ ଶ୍ରମିକମାନଙ୍କୁ ଆନ୍ଧ୍ର ପ୍ରଦେଶ, ଚେନ୍ନାଇ ଓ ଅନ୍ୟ ରାଜ୍ୟକୁ ଚାଲାଣ କରାଯିବାର ରହିଥିବା ନେଇ ଜଣାପଡିଥିଲା ।

ଅନ୍ୟପକ୍ଷରୁ କୌଣସି ସୂତ୍ରରୁ ଖବର ପାଇ ଅଧିକାରୀମାନେ ପଡ଼ିଆ ଅଞ୍ଚଳରେ ପହଞ୍ଚି ୩ଟି ଗାଡ଼ିକୁ ଅଟକାଇଥିଲେ ଏବଂ ପରବର୍ତ୍ତୀ ସମୟରେ ଗାଡି ମଧ୍ୟରେ ଥିବା ପିଲାମାନଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ସମସ୍ତ ନାବାଳକ ଶିଶୁ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ କୁରୁମାପାଲ୍ଲୀ ଗ୍ରାମର ବୋଲି ଜଣାପଡ଼ିଛି।

ଆହୁରି ମଧ୍ୟ ମାଲକାନଗିରି ସିଡବ୍ଲ୍ୟସି ଅଧ୍ୟକ୍ଷ ଅଶୋକ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଉଦ୍ଧାର ସମସ୍ତ ପିଲାମାନେ ଅନାଥ ଏବଂ ସେମାନଙ୍କୁ ଶିଶୁ ମଙ୍ଗଳ କମିଟିକୁ ପଠାଯିବ ।

ତେବେ ଏହି ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.