Latest Odisha News

BREAKING NEWS

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୯୨ଟି ପଞ୍ଚାୟତ ପାଇଁ ୩୯.୮୩ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୭ଟି ଜିଲ୍ଲାର ୯ଟି ବ୍ଲକ ପାଇଁ ୩୯.୮୩ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି ।

ଏହି ବ୍ଲକ ଗୁଡିକ ହେଲା- କଟକ ଜିଲ୍ଲାର ବଡମ୍ବା, ଦେବଗଡ ଜିଲ୍ଲାର ତେଲେଇବଣୀ, ଝାରସୁଗୁଡା ଜିଲ୍ଲାର କୋଲାବିରା ଓ ଲାଇକେରା, କୋରାପୁଟ ଜିଲ୍ଳାର ବୋରିଗୁମ୍ମା ଓ ଜୟପୁର, ନୟାଗଡ ଜିଲ୍ଲାର ନୂଆଗାଁ, ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲୀ ବ୍ଲକ୍ ।

ଆଜି ମୁଖ୍ୟମନ୍ତ୍ରୀ ବଡମ୍ବା ବ୍ଲକର ୩୮ ଟି ପଞ୍ଚାୟତ ପାଇଁ ୬.୦୨ କୋଟି ଟଙ୍କାରେ ୩୮୩ ଟି ପ୍ରକଳ୍ପ , ତେଲେଇବଣୀ ବ୍ଲକର ୨୦ଟି ପଞ୍ଚାୟତ ପାଇଁ ୩.୪୦ କୋଟି ଟଙ୍କାରେ ୧୩୯ ଟି ପ୍ରକଳ୍ପ, କୋଲାବିରା ବ୍ଲକର ୯ ଟି ପଞ୍ଚାୟତ ପାଇଁ ୨.୨୫ କୋଟି ଟଙ୍କାରେ ୫୮ଟି ପ୍ରକଳ୍ପ, ଲାଇକେରା ବ୍ଲକର ୧୧ଟି ପଚାଂୟତ ପାଇଁ ୨.୭୯ କୋଟି ଟଙ୍କାରେ ୫୨ଟି ପ୍ରକଳ୍ପ, ବୋରିଗୁମ୍ମା ବ୍ଲକର ୩୧ ଟି ପଚାଂୟତ ପାଇଁ ୬.୫୫ କୋଟି ଟଙ୍କାରେ ୨୯୧ଟି ପ୍ରକଳ୍ପ, ଜୟପୁର ବ୍ଲକର ୨୨ଟି ପଚାଂୟତ ପାଇଁ ୫.୫୦ କୋଟି ଟଙ୍କାରେ ୨୪୩ଟି ପ୍ରକଳ୍ପ, ନୂଆଗାଁ ବ୍ଲକର ୨୧ ଟି ପଚାଂୟତ ପାଇଁ ୫.୨୫ କୋଟି ଟଙ୍କାରେ ୩୦୫ ଟି ପ୍ରକଳ୍ପ, ଅସ୍ତରଙ୍ଗ ବ୍ଲକର ୧୫ ଟି ପଚାଂୟତ ପାଇଁ ୩.୭୫ କୋଟି ଟଙ୍କାରେ ୨୮୩ ଟି ପ୍ରକଳ୍ପ ଓ ଡୁଙ୍ଗୁରିପାଲୀ ବ୍ଲକର ୨୫ ଟି ପଚାଂୟତ ପାଇଁ ୪.୩୨ କୋଟି ଟଙ୍କାରେ ୨୦୧ ଟି ପ୍ରକଳ୍ପ । ଏହିପରି ସମୁଦାୟ ୯ଟି ବ୍ଲକର ୧୯୨ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୩୯.୮୩ କୋଟି ଟଙ୍କାରେ ୧୯୫୫ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ।

ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୯୬ ଟି ବ୍ଲକର ୬୪୪୬ ଟି ଗ୍ରାମ ପଞ୍ଚାୟତ ସହିତ ଆଲୋଚନା ମାଧ୍ୟମରେ ୫୯,୨୮୦ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏପର୍ଯ୍ୟନ୍ତ ବିଭିନ୍ନ ପ୍ରକଳ୍ପ ପାଇଁ ୧୪୭୪.୦୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସୁନେତ୍ର କାର୍ଯ୍ୟକ୍ରମର ହିତାଧିକାରୀ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ସ୍ୱାସ୍ଥ୍ୟ ବିଭାଗ ସଚିବ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ଉନ୍ନୟନ କମିଶନର, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.