Latest Odisha News

BREAKING NEWS

କୃଷକ ମାନଙ୍କ ଲାଗି ‘କାଳିଆ’ ଏକ ଆଦର୍ଶ ସ୍କିମ୍: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ କହିଛନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘କାଳିଆ’ ଯୋଜନା କେବଳ ଓଡିଶାର କୃଷକ ମାନଙ୍କ ପାଇଁ ଏକ ଆଦର୍ଶ ଯୋଜନା ତା’ ନୁହେଁ ଏହା ଦେଶର ଅନ୍ୟ ଲୋକଙ୍କ ପାଇଁ ମଧ୍ୟ ଏକ ଆଦର୍ଶ ଯୋଜନା ଅଟେ ।

ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ପଡିଆ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ବାର୍ଷିକ କୃଷକ ସମ୍ମିଳନୀ, ‘କୃଷି ଓଡିଶା-୨୦୧୯’ର ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି “ଏହି ଆଦର୍ଶ ଯୋଜନାରେ ଓଡିଶାର ପାଖାପାଖି ୯୨ ପ୍ରତିଶତ କୃଷକମାନେ ଲାଭବାନ ହେବେ । ଯେଉଁଥିରେ କ୍ଷୁଦ୍ର ଓ ନାମମାତ୍ର, ଭାଗଚାଷୀ ତଥା କୃଷି ଶ୍ରମିକମାନେ ମଧ୍ୟ ସାମିଲ ଅଛନ୍ତି ।

“ଏହି ଯୋଜନାରେ ଉଭୟ ଖରିଫ ଓ ରବି ଫସଲ ପାଇଁ ଚାଷୀମାନଙ୍କୁ ବିନା ସୁଧରେ ଋଣ ପ୍ରଦାନ କରାଯିବ । ଏହାବ୍ୟତୀତ ସେମାନଙ୍କୁ ବୀମା ଓ ଅନ୍ୟ ସୁବିଧା ମଧ୍ୟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି” ।

ଏହି ଯୋଜନାରେ ଲାଭ ଉଠାଇବା ପାଇଁ ହିତାଧିକାରୀମାନେ ‘କାଳିଆ’ରେ ନିଜ ନାମ ପଞ୍ଜିକରଣ କରିବା ପାଇଁ ସେମାନଙ୍କୁ ଆମନ୍ତ୍ରିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟର ପଞ୍ଜିକରଣର ଅନ୍ତିମ ତାରିଖ ଆଜି ସମାପ୍ତ ହେଉଛି ଏବଂ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ସ୍କିମର ଫାଇଦା ଉଠାନ୍ତୁ । ଆହୁରି ମଧ୍ୟ ଏହାର ଦ୍ୱିତୀୟ ପର୍ଯ୍ୟାୟରେ ପଞ୍ଜିକରଣ ତାରିଖ ଜାନୁଆରୀ ୨୫ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୫ ତାରିଖ ଯାଏଁ ଚାଲିବ ।

ବିଗତ ୪ବର୍ଷ ମଧ୍ୟରେ ୮ଲକ୍ଷ ହେକ୍ଟରରୁ ଅଧିକ ଚାଷ ଜମିରେ ଜଳସିଞ୍ଚନ ପାଇଁ ଓଡିଶା ସରକାର ୩୦ ହଜାର କୋଟି ଟଙ୍କା ନିବେଶ କରିଥିବା ନେଇ ସେ ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ ୨୦୧୪ ବିଧାନସଭା ନିର୍ବାଚନ ବେଳେ ୧୦ ଲକ୍ଷ ହେକ୍ଟର ଜମିରେ ଜଳସିଞ୍ଚନ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ପ୍ରଦାନ କରାଯାଇଥିଲା ବେଳେ ଏବେ ୮ଲକ୍ଷ ହେକ୍ଟର ଜମିରେ ଜଳସେଚିତ କରାଯାଇଛି ।

Leave A Reply

Your email address will not be published.