Latest Odisha News

BREAKING NEWS

ପ୍ରତି ପଞ୍ଚାୟତରେ ଖୋଲିବ ମିଶନ ଶକ୍ତି ଗୃହ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଜିଲ୍ଲାର ୭ ଟି ବ୍ଲକ ପାଇଁ ୨୬.୮୬ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏଥିସହିତ ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି ।

ଏହି ବ୍ଲକ ଗୁଡିକ ହେଲା- ଜଗତସିଂହପୁର ଜିଲ୍ଲାର ଏରସମା, କେନ୍ଦୁଝର ଜିଲ୍ଲାର ଚମ୍ପୁଆ, ନବରଙ୍ଗପୁର ଜିଲ୍ଲାର ପାପଡହାଣ୍ଡି, କନ୍ଧମାଳ ଜିଲ୍ଲାର ଚକାପାଦ ଓ ଜି. ଉଦୟଗିରି ବ୍ଲକ୍, ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଓ ରରୁଆଁ ବ୍ଲକ୍ ।

ଆଜି ମୁଖ୍ୟମନ୍ତ୍ରୀ ପାପଡହାଣ୍ଡି ବ୍ଲକର ୨୩ ଟି ପଞ୍ଚା ୟତ ପାଇଁ ୫.୭୫ କୋଟି ଟଙ୍କାରେ ୨୪୫ ଟି ପ୍ରକଳ୍ପ ,ଏରସମା ବ୍ଲକର ୨୪ଟି ପଚାଂୟତ ପାଇଁ ୫.୫୦ କୋଟି ଟଙ୍କାରେ ୩୮୭ ଟି ପ୍ରକଳ୍ପ, ରାସଗୋବିନ୍ଦପୁର ବ୍ଲକର ୧୬ଟି ପଚାଂୟତ ପାଇଁ ୩.୫୯ କୋଟି ଟଙ୍କାରେ ୧୫୨ ଟି ପ୍ରକଳ୍ପ, ରରୁଆଁ ବ୍ଲକର ୧୨ଟି ପଚାଂୟତ ପାଇଁ ୨.୭୬ କୋଟି ଟଙ୍କାରେ ୧୦୪ ଟି ପ୍ରକଳ୍ପ, ଚମ୍ପୁଆ ବ୍ଲକର ୨୨ଟି ପଚାଂୟତ ପାଇଁ ୪.୮୬ କୋଟି ଟଙ୍କାରେ ୧୩୨ ପ୍ରକଳ୍ପ ଓ ଚକାପାଦ ବ୍ଲକର ୧୨ଟି ପଚାଂୟତ ୨.୪୦ କୋଟି ଟଙ୍କାରେ ୮୯ଟି ପ୍ରକଳ୍ପ ଏବଂ ଜି.ଉଦୟଗିରି ବ୍ଲକର ୮ଟି ପଚାଂୟତ ୨ କୋଟି ଟଙ୍କାରେ ୪୭ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ।

ଏହିପରି ସମୁଦାୟ ୭ଟି ବ୍ଲକର ୧୨୭ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୨୬.୮୬ କୋଟି ଟଙ୍କାରେ ୧୧୫୬ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ।

ଏହି କାର୍ଯ୍ୟକ୍ରମ ଅବସରରେ କନ୍ଧମାଳର ଚକାପାଦ ଏବଂ କେନ୍ଦୁଝରର ଚମ୍ପୁଆ ବ୍ଲକର ୨ଜଣ ମହିଳା ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଦେଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରି ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି ।

ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୫୫ ଟି ବ୍ଲକର ୫୫୩୮ ଟି ଗ୍ରାମ ପଞ୍ଚାୟତ ସହିତ ଆଲୋଚନ ମାଧ୍ୟମରେ ୫୧,୨୨୯ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏପର୍ଯ୍ୟନ୍ତ ବିଭିନ୍ନ ପ୍ରକଳ୍ପ ପାଇଁ ୧୨୬୧.୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ସୂଚନା ଅନୁଯାୟୀ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମଞ୍ଜୁର କରିଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୁହିକ କାର୍ଯ୍ୟାନ୍ୱୟନ ଓ ସ୍ୱଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.