Latest Odisha News

BREAKING NEWS

ବାଲୁକା ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କୋଣାର୍କ ନୃତ୍ୟ ଉତ୍ସବ ଅବସରରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଆୟୋଜିତ ଏକ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ବିଦେଶରୁ ଆସିଥିବା ବାଲୁକା ଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ଏଥିସହିତ ସଚିବାଳୟରେ ଆୟୋଜିତ ହୋଇଥିବା ଏକ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ବିଦେଶରୁ ଆସିଥିବା ବାଲୁକା ଶିଳ୍ପୀ ମାନଙ୍କୁ ଉପାୟନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।

ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ପରିଗଣିତ କୋଣାର୍କର ସୂର୍ଯ୍ୟମନ୍ଦିର ପରିସରରେ କୋଣାର୍କ ନୃତ୍ୟ ଉତ୍ସବ ଆୟୋଜିତ ହୋଇଛି । ଏହି ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ବାଲୁକା ଶିଳ୍ପ ପ୍ରଦର୍ଶନୀରେ ବହୁ ସଂଖ୍ୟାରେ ସ୍ଥାନୀୟ ତଥା ବିଦେଶୀ ପର୍ଯ୍ୟଟକ ମାନଙ୍କ ଦୃଷ୍ଟି ଆର୍କଷଣ କରିପାରିଛି ।

ଏହି ପ୍ରଦର୍ଶନୀରେ ପାଖାପାଖି ୧୦୩ଟି ଷ୍ଟଲ ନିର୍ମାଣ କରାଯାଇଥିôବା ବେଳେ ଇଟାଲୀ, ସ୍ପେନ୍, ନେଦରଲାଣ୍ଡ, ଜାପାନ ଓ ଆମେରିକା ଆଦି ଦେଶର ଶିଳ୍ପୀମାନେ ଏଥିରେ ଅଂଶ ଗ୍ରହଣ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ବିଭାଗୀୟ ସଚିବ ବିଶାଳ ଦେବ ଏବଂ ଓଡିଶା ଲଳିତକଳା ଏକାଡେମୀର ସଭାପତି ତଥା ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.