ମୁମ୍ବାଇ: ଲକ୍ଡାଉନ୍ ଅନ୍ଲକ୍ ପରେ ଅନେକ ଫିଲ୍ମ ପ୍ରୋଜେକ୍ଟ ଏବେ ସକ୍ରିୟ ହୋଇଛି । ଏହି ତାଲିକାରେ ଫିଲ୍ମ ‘ଭୁଲ୍ ଭୁଲୈୟା-୨’ ବି ସାମିଲ ହୋଇଛି । କାର୍ତ୍ତିକ ଆର୍ଯ୍ୟନ ଓ କିଆରା ଆଡଭାନୀ ଷ୍ଟାରର ଏହି ଫିଲ୍ମର ସୁଟିଂ ଡିସେମ୍ବର କିମ୍ବା ଜାନୁଆରୀରେ ଆରମ୍ଭ ହେବା ନେଇ ସୂଚନା ମିଳିଛି ।
ଅନିସ୍ ବାଜ୍ମୀଙ୍କ ନିର୍ଦ୍ଦେଶିତ ଏହି ହରର୍ କମେଡି ଫିଲ୍ମରେ ତବ୍ୱୁ ପ୍ରମୁଖ ଭୂମିକାରେ ନଜର ଆସିବେ । ତାଜା ରିପୋର୍ଟ ଅନୁସାରେ ଏହି ଫିଲ୍ମରେ ଜଣେ ଟିଭି ଆକ୍ଟର ଏଣ୍ଟ୍ରୀ କରିଛନ୍ତି । ଯିଏ କି ତବ୍ୱୁଙ୍କ ସ୍ୱାମୀ ଭୂମିକାରେ ଦେଖାଦେବେ । ମିଳିଥିବା ଖବର ଅନୁଯାୟୀ ଟିଭି ସିରିଜ ‘କ୍ୟୁଁକି ସାସ୍ ଭି କଭି ବହୁ ଥି’ର ପପୁଲାର କିର୍ଦାର ମିହିର ଓରଫ ଅମର ଉପାଧ୍ୟାୟ ତବ୍ୱୁଙ୍କ ଅପୋଜିଟ୍ରେ ଅଭିନୟ କରିବେ ।
ପୂର୍ବରୁ ଫିଲ୍ମ ‘ଭୁଲ ଭୁଲୈୟା’ର ସିକ୍ୱେଲ ପାର୍ଟରେ ଅକ୍ଷୟ କୁମାର ଅଭିନୟ କରିବା ନେଇ ଶୁଣିବାକୁ ମିଳିଥିଲା । ହେଲେ ଏହି ଖବର ସତ କି ମିଛ, ତାହା ନିର୍ଦ୍ଦେଶକ ଅନିିସ୍ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି । ରିପୋର୍ଟ ଅନୁଯାୟୀ ପ୍ରିକ୍ୱେଲ ପାର୍ଟର ଦୁଇଟି ପପୁଲାର ଗୀତ ‘ହରେ ରାମ ହରେ ରାମ’ ଓ ‘ଆମି ଯେ ତୁମାର’ ସିକ୍ୱେଲ ପାର୍ଟରେ ରିକ୍ରିଏଟ ଭର୍ସନ ଭାବେ ସାମିଲ କରାଯିବ । ଭୂଷଣ କୁମାରଙ୍କ ଦ୍ୱାରା ପ୍ରଯୋଜିତ ଏହି ଫିଲ୍ମ ୨୦୨୧ରେ ରିଲିଜ ହେବାର ସମ୍ଭାବନା ରହିଛି ।
Comments are closed.