Latest Odisha News

BREAKING NEWS

ଅମରେଶ ବିଶ୍ୱାଳ ପାଇବେ ‘ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ’

ଭୁବନେଶ୍ୱର : ମହାବୀର ସାଂସ୍କୃତିକ ଅନୁଷ୍ଠାନ, ଭବାନୀପାଟଣା ଦ୍ୱାରା ପ୍ରଦାନ କରାଯାଉଥିବା ରାଜ୍ୟସ୍ତରୀୟ ଭୁବନେଶ୍ୱର ବେହେରା ସମ୍ମାନ ପାଇବା ପାଇଁ ଲେଖକ ଅମରେଶ ବିଶ୍ୱାଳ ମନୋନୀତ ହୋଇଛନ୍ତି। ଆଗାମୀ ୧୪ ତାରିଖରେ ମହାବୀର ଅନୁଷ୍ଠାନ ତରଫରୁ ଭବାନୀପାଟଣାରେ ଅନୁଷ୍ଠିତ ଦେବାକୁ ଥିବା ସ୍ୱତନ୍ତ୍ର ମହାବୀର ମହୋତ୍ସବରେ ଶ୍ରୀ ବିଶ୍ୱାଳଙ୍କୁ ମାନପତ୍ର, ଉପଢୌକନ ଓ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସାଧାରଣ ସମ୍ପାଦକ ସତ୍ୟନାରାୟଣ ସିଂହ ସୂଚନା ଦେଇଛନ୍ତି।

ଓଡ଼ିଆ ସାହିତ୍ୟ ଜଗତର ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ତଥା ଗତ ୩ ଦଶନ୍ଧି ଧରି ବୃତ୍ତିରେ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଥିବା ଶ୍ରୀ ବିଶ୍ୱାଳ ୫ଟି ଉପନ୍ୟାସ, ୬ଟି ଗଳ୍ପ, ୧ଟି ଭ୍ରମଣ ଉପନ୍ୟାସ, ୧ଟି ପ୍ରବନ୍ଧ ଓ ଗୋଟିଏ କବିତା ପୁସ୍ତକର ସ୍ରଷ୍ଟା । ନୀରବଛିନ୍ନ ସାହିତ୍ୟ ସାଧନା ପାଇଁ ସେ ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର, ରାଜଧାନୀ ପୁସ୍ତକମେଳା ପୁରସ୍କାର, ଟାଇମ୍ ପାସ୍ ବୁକର୍ ପୁରସ୍କାର, ପଶ୍ଚିମା ଉପନ୍ୟାସ ପୁରସ୍କାର, ଜଗଦୀଶ ଯୁବ ପୁରସ୍କାର, କଥାକଳିକା ଯୁବ ପୁରସ୍କାର, ଜ୍ଞାନଦା ଗଳ୍ପ ପୁରସ୍କାର ପରି ୨୦ରୁ ଅଧିକ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ।

 

Comments are closed.