Latest Odisha News

କେନ୍ଦୁଝର ମଣ୍ଡୁଆ ବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ଦୁଇ ମୃତ ,ଜଣେ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମଣ୍ଡୁଆ ବ୍ରିଜ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  ।  ଏକ ବୁଲେଟ୍ ଏବଂ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହୋଇଛି  । ଫଳରେ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତକ ମାନେ ଘଟଗାଁର  ଜେ୍ୟାତିରଞ୍ଜନ ଦେହୁରୀ ଏବଂ  ମୟୁରଭଞ୍ଜର ଅନିକେତ ପତି ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ମଣ୍ଡୁଆ ବ୍ରିଜ୍ ନିକଟରେ ପିକଅପ ଏବଂ ବୁଲେଟ୍ ବିପରୀତ ଦିଗରୁ ଆସୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଦୁର୍ଘଟଣା ଘଟିବା ପରେ ପିକଅପଟି ଭାରସାମ୍ୟ ହରାଇ ରାସ୍ତାର ୨୦ ଫୁଟ ତଳକୁ ଓଲଟି ପଡିଥିଲା ।  ଫଳରେ ଘଟଣାସ୍ଥଳରେ ପିକଅପ ଭ୍ୟାନ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା  । ଅନ୍ୟପଟେ ବୁଲେଟ୍ ଚାଳକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା  । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତରଙ୍କର ଏବେ ଚିକିତ୍ସା  ଜାରି ରହିଛି ।  ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.