Latest Odisha News

ପିଆଜ ହେଉଛି ଓୗଷଧିୟ ଗୁଣର ଖଣି: କେବଳ ରୋଷେଇରେ ନୁହେଁ , ଏଥିରେ ରହିଛି ଅନେକ ସ୍ବାସ୍ଥ୍ୟଗତ ଫାଇଦା

ନୂଆଦିଲ୍ଲୀ : ସାଧାରଣତଃ ପିଆଜ ହେଉଛି ଆମର ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ  । ଯାହାକି ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ ରହିଥାଏ  । ବର୍ତ୍ତମାନ ପିଆଜ ଦର ଆକାଶ ଛୁଆଁ ହୋଇବା ସତ୍ତ୍ବେ ବି ଲୋକ ପିଆଜ କିଣିବାକୁ ବାଧ୍ୟ ହେଉଛନ୍ତି  । କାରଣ ଆପଣ ଯେକୌଣସି ବି ତରକାରୀ ପ୍ରସ୍ତୁତ କରନ୍ତୁ , ସେଥିରେ ପିଆଜ ନିହାତି ଭାବେ ଆବଶ୍ୟକ  । ପିଆଜ କେବଳ ରୋଷେଇରେ ବ୍ୟବହାର କରାଯାଏନି , ଏହା ଆମ ସ୍ବାସ୍ଥ୍ୟ ପାଇଁ ବି ବେଶ୍ ଉପଯୋଗୀ । ପିଆଜରେ ଭିଟାମିନ୍, ମିନେରାଲ୍ସ, ଫାଇବର ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଥାଏ  ।  ବିଶେଷ କରି ଗ୍ରୀଷ୍ମଋତୁରେ ମୁଣ୍ଡବିନ୍ଧା, ପାଟି ଘା ’ହେଲେ ମଧ୍ୟ ଏହା ବେଶ ଉପକାରୀ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆଣ୍ଟିଅକ୍ସିଡାଣ୍ଟ, ଏହା ରୋଗ ପ୍ରତିରୋଧକ ଶକ୍ତି ସଠିକ ରଖେ। ।

ହଜମ ଶକ୍ତି , ହୃଦୟ ଏବଂ କିଡନୀ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ। ଏହା କର୍କଟ ରୋଗକୁ ଦୂରେଇ ରଖିଥାଏ। ଏଥିରେ କ୍ୟାଲସିୟମ ରହିଛି। ଯାହା ହାଡକୁ ସୁସ୍ଥ ରଖିବାରେ ସହାୟକ ହେବା ସହ ହାଡକୁ ମଜଭୂତ କରିଥାଏ। ପିଆଜ ସେବନ ଦ୍ୱାରା  ଆମର ବୃକକ୍‍ ଭଲ ଭାବେ କାମ କରେ । ଏହା ମାଂସପେଶୀର କାର୍ୟ୍ୟଦକ୍ଷତା ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରେ । ଏହା ରକ୍ତରେ କୋଲେଷ୍ଟେରୋଲ୍‍କୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଏହାର ନିୟମିତ ସେବନ କରିବା ଦ୍ୱାରା ହୃଦୟ ଜନିତ ସମସ୍ୟାରୁ ଦୂରେଇ ରଖିଥାଏ। ପିଆଜ ସେବନ କରିବା ଦ୍ୱାରା ରକ୍ତରେ ଶର୍କରା ମଧ୍ୟ ନିୟନ୍ତ୍ରଣରେ ରହିଥାଏ  ।

Leave A Reply

Your email address will not be published.